ଆସନ୍ତକାଲିଠୁ ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକ, ସୁରୁଖୁରୁରେ ଗୃହ କାର୍ଯ୍ୟ ଚଳାଇବା ନେଇ ହେବ ଆଲୋଚନା । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ ।

160

କନକ ବ୍ୟୁରୋ: ବଜେଟ ଅଧିବେଶନ ପୂର୍ବରୁ ଆଜି ସଂସଦରେ ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସବୁ ରାଜନୈତିକ ଦଳର ସାଂସଦ ସାମିଲ ହେବେ । ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡିବେ କେନ୍ଦ୍ର ସରକାର ।

ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଏହାପରେ ଫେବୃଆରୀ ୧ ତାରିଖରେ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ବଜେଟ ହେବ । ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ ।