୧୪ ଦିନ ପୂର୍ବରୁ ବନ୍ଦ ହୋଇପାରେ ସଂସଦରେ ବଜେଟ୍ ଅଧିବେଶନ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ ରେ ଅଧିବେଶନ ବନ୍ଦ କରିବାକୁ ବିରୋଧୀଙ୍କ ଦାବି

Advertisment
୧୪ ଦିନ ପୂର୍ବରୁ ବନ୍ଦ ହୋଇପାରେ ସଂସଦରେ ବଜେଟ୍ ଅଧିବେଶନ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ ରେ ଅଧିବେଶନ ବନ୍ଦ କରିବାକୁ ବିରୋଧୀଙ୍କ ଦାବି

"Subject: The street view of the Indian Parliament in New Delhi, India.Location: New Delhi, India."

କନକ ବ୍ୟୁରୋ : ସଂସଦରେ ଚାଲିଥିବା ବଜେଟ୍ ଅଧିବେଶନ ୧୪ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୮ ତାରିଖରୁ ବନ୍ଦ ହୋଇପାରେ । ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ପାଇଁ ଭୋଟ ଗ୍ରହଣକୁ ନଜରରେ ରଖି ଏହାକୁ ବନ୍ଦ କରିବାକୁ ବିରୋଧୀ ସାଂସଦ ମାନେ ଦାବି କରିଛନ୍ତି । ଏନେଇ ବିରୋଧୀ ସାଂସଦ ମାନେ ମାର୍ଚ୍ଚ ୧୯ ତାରିଖରୁ ଅଧିବେଶନ ବନ୍ଦ କରିବାକୁ ଦାବି କରିଥିଲେ ବି ସରକାର କହିଥିଲେ କି କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହେବାର ଅଛି । ଯାହାକି ରାଜ୍ୟସଭାରେ ପାରିତ ହେବା ଦରକାର । ତେଣୁ ବଜେଟ୍ ଅଧିବେଶନ ବନ୍ଦ ହେବା ନେଇ ସଂସଦ ପକ୍ଷରୁ ସ୍ପଷ୍ଟ ତାରିଖ ଘୋଷଣା ହୋଇ ନଥିଲେ ବି ୨୭ ତାରିଖରୁ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବାରୁ ଅଧିବେଶନକୁ ମାର୍ଚ୍ଚ ୨୫ ତାରିଖରେ ବନ୍ଦ କରାଯିବ ବୋଲି ଆଶା କରାଯାଉଛି । ବିଧାନସଭା ନିର୍ବାଚନ ପାଇଁ ଏହି ଅଧିବେଶନରେ କଂଗ୍ରେସ, ଡିଏମକେ, ଏଆଇଏଡିଏମକେ , ତୃଣମୂଳ କଂଗ୍ରେସ ଓ ଦୁଇ ବାମପନ୍ଥୀ ଦଳମାନଙ୍କର ସାଂସଦ ମାନେ ଅନେକ ଦିନ ସଂସଦରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।
କହିରଖୁ କି ସଂସଦ ଅଧିବେଶନର କାର୍ଯ୍ୟକାଳ ସୂଚୀ ରେ ବଜେଟ୍ ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe