ଆଜିଠାରୁ ଆରମ୍ଭ ହେଉଛି ବଜେଟ୍ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ।

107

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ନିର୍ବାଚନ ଆଉ ଅଳ୍ପଦିନ ଥିବାରୁ ଷୋଡଶ ବିଧାନସଭାର ଏହା ହେବ ଶେଷ ଅଧିବେଶନ । ସରକାର ଏହି ଅଧିବେଶନରେ କାମଚଳା ବଜେଟ ଆଣିବେ । ୮ ତାରିଖରେ ଏହି କାମଚଳା ବଜେଟ ଆଗତ ହେବ । ସଂକ୍ଷିପ୍ତ ହେଲେ ବି ଏହି ଅଧିବେଶନ ବେଶ ସଗଗରମ ହେବା ଆଶା କରାଯାଉଛି ।

ବିଧାନସଭା ଅଧିବେଶନ ପାଇଁ ଉଭୟ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଳାଇବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତତ କରିିଛନ୍ତି ବିରୋଧୀ । କଂଗ୍ରେସ ନିଜର ରଣନୀତି ପ୍ରସ୍ତତ କରିଥିବେଳେ ଆଜି ସକାଳେ ବିଜେଡି ଓ ବିଜେପି ବିଧାୟକ ଦଳର ବୈଠକ ବସିବ । ଗୃହକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି । ପ୍ରଥମ ଦିନରେ ରାଜ୍ୟପାଳ ଗୃହକୁ ସମ୍ବୋଧନ କରିବେ । ଏହାରି ଭିତରେ ବିରୋଧୀଙ୍କ ପ୍ରସଙ୍ଗ ଓ ସରକାରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।