କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପୂର୍ବରୁ ସାଧାରଣ ବଜେଟକୁ ବିରୋଧ । ଫେବୃଆରୀ ୧ରେ ହେବାକୁ ଥିବା ବଜେଟ୍ ଉପସ୍ଥାପନକୁ ବିରୋଧ କରିଛନ୍ତି ବିରୋଧୀଦଳ । ଏ ସଂପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ବିରୋଧୀଦଳ ।
କଂଗ୍ରେସ, ଟିଏମସି, ସମାଜବାଦୀ ପାର୍ଟି, ସିପିଏମ, ଜେଡିୟୁ ଓ ଆରଜେଡିର ନେତା ମିଳିତ ଭାବେ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ଫେରାଦ ହୋଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ସାଧାରଣ ବଜେଟ୍ ଉପସ୍ଥାପନ ହେଲେ ଏହା ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରିଛନ୍ତି ବିରୋଧୀଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-05-12h05m52s476.png)