କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ୍ ରେଳ ବଜେଟ୍ ର ଘୋଷଣା କରିସାରିଛନ୍ତିି । ରେଳଯାତ୍ରୀଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ଘୋଷଣା କରାଯାଇଛି । ତେବେ ଆସନ୍ତୁ ଜାଣିବା ୨୦୧୮-୧୯ ର ଅନ୍ତିମ ବର୍ଷରେ ରେଳରେ ଯାତ୍ରା କରୁଥିବା ଲୋକଙ୍କୁ ଏହାର କିଭଳି ସୁବିଧା ମିଳିବ । ରେଳବାଇ ସହ ଜଡିତ କାମ ଉପରେ ଘୋଷଣା କରିବାକୁ ଯାଇ ସେ କହିଥିଲେ ଆମ ସରକାର ରେଳବାଇର କ୍ଷତିକୁ କମ୍ କରିବା ପାଇଁ ପଦକ୍ଷେପ ନେଇଛି ।
ସେ କହିଥିଲେ , ଚଳିତ ବର୍ଷ ଭାରତୀୟ ରେଳବାଇ ପାଇଁ ଏକ ନିରାପଦ ବର୍ଷ ରହିବ । ଦେଶର ସବୁ ବ୍ରାଡଗେଜ୍ ଲାଇନ୍ ରୁ ସବୁ ମାନବରହିତ କ୍ରସିଙ୍ଗ୍ କମ୍ କରାଗଲା । ଦେଶର ପ୍ରଥମ ଦ୍ରୁତ ଟ୍ରେନ୍ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ । ପ୍ରଥମ ଥର ବନ୍ଦେ ମାତରମ୍ ସେମି ହାଇ ସ୍ପୀଡ୍ ଟ୍ରେନ୍ ଭାରତରେ ହିଁ ପ୍ରସ୍ତୁତ ହୋଇଥିଲା । ବନ୍ଦେ ମାତରମ୍ ଏକ୍ସପ୍ରେସ୍ ରେ ଆଧୁନିକ ସୁବିଧା ଦିଆଯାଇଛି । ଆମେ ପୂର୍ବ ରାଜ୍ୟରେ ରେଳବାଇର ବିସ୍ତାର କରିଥିଲୁ । ସରକାର ପୂର୍ବୋତ୍ତର ପାଇଁ କଣ୍ଟେନର୍ କାର୍ଗୋର ବିସ୍ତାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/indian-railway-1511185698-1518200839.jpg)
/kanak/media/post_attachments/wp-content/uploads/2019/02/piyushgoyal1_1548997223465-300x169.jpg)