ବଜେଟ ଉପସ୍ଥାପନା ପୂର୍ବରୁ ଜିଏସଟି ଆଣିଲା ଭଲ ଖବର: ଜାନୁଆରୀରେ ୧.୨୦ ଲକ୍ଷ କୋଟି ଜିଏସଟି ସଂଗ୍ରହ; ଗତବର୍ଷ ତୁଳନାରେ ୮% ଅଧିକ ରାଜସ୍ୱ ଆଦାୟ

114

କନକ ବ୍ୟୁରୋ: ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ ହେବା ଆଗରୁ ଦେଶର ଅର୍ଥନୀତି ପାଇଁ ଜିଏସଟି ଭଲ ଖବର ଆଣିଛି । ଜାନୁଆରିରେ ୧ ଦଶମିକ ଦୁଇ ଶୂନ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ଜାନୁଆରିରେ ମୋଟ ୧ଲକ୍ଷ ୧୯ ହଜାର ୮ଶହ ୪୭ କୋଟି ଜିଏସଟି ଆଦାୟ ହୋଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଦେଶର ଅର୍ଥନୀତି ଦୁର୍ବଳ ହୋଇଛି ।

୭ ଦଶମିକ ୭ ପ୍ରତିଶତ ରହିଛି ଜିଡ଼ିପି ଅଭିବୃଦ୍ଧି । କିନ୍ତୁ ଆଗାମୀ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ୧୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ପୂର୍ବାନୁମାନ ସତ ହେଲେ ମଧ୍ୟ ଦୁଇ ବର୍ଷରେ ଜିଡିପି ଅଭିବୃଦ୍ଧି ମାତ୍ର ୨ ଦଶମିକ ୪ ପ୍ରତିଶତ ହେବ । ଗତ ତିନି ମାସରେ ଅପ୍ରତ୍ୟକ୍ଷ କର ସଂଗ୍ରହ ବଢିଥିଲେ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ କମିବ ବୋଲି ଅର୍ଥନୈତିକ ବିଶାରଦ ମତ ରଖିଛନ୍ତି ।

Comments are closed.