କନକବ୍ୟୁରୋ: ରକେଟ ଭଳି ବଢି ଚାଲିଥିବା ସୁନା, ରୂପା ଦର ବିବାହ ବେଳେ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଆଉ କ୍ୟାନସର ଭଳି ରୋଗରେ ଆକ୍ରାନ୍ତଙ୍କ ଔଷଧ ଦାମ ସଂପୃକ୍ତ ପରିବାରକୁ ଚିନ୍ତାରେ ପକାଉଥିଲା। ଆଉ ଏହାକୁ ଦେଖି ମୋଦୀ ସରକାର ବଜେଟରେ ନେଇଛନ୍ତି ବଡ ପଦକ୍ଷେପ। ସରକାର ସାଧାରଣ ଲୋକଙ୍କ ପକେଟର ବୋଝକୁ ହାଲୁକା କରିବାକୁ ଯାଇ ବିଭିନ୍ନ ଜିନିଷର ଦାମ କମାଇବାକୁ ଘୋଷଣା କରିଛନ୍ତି। ଏହା ଦ୍ବାରା ସାଧାରଣ ଲୋକେ ବିଶେଷ ଉପକୃତ ହେବେ। ଶସ୍ତା ହେବ ସୁନା, ରୂପା ଓ ପ୍ଲାଟିନମ୍

Advertisment

ସୁନା ଓ ରୂପା ଉପରେ କଷ୍ଟମ ଡ୍ୟୁଟି ୬ ପ୍ରତିଶତକୁ ଖସାଇବାକୁ ବଜେଟରେ ଘୋଷଣା କରିଛନ୍ତି ମୋଦୀ ସରକାର। ସେହିପରି ପ୍ଲାଟିନମ୍ ଉପରେ ସୀମା ଶୁଳ୍କ ୬.୪ ପ୍ରତିଶତକୁ ଖସାଇବାକୁ ନିଷ୍ପତି ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ସୁନା, ରୂପା ଓ ପ୍ଲାଟିନମ୍ ଦର କମିବ। ଏହାଦ୍ବାରା ସମାଜର ସାଧାରଣ ଲୋକଠୁ ଧନୀ ଶ୍ରେଣୀର ଲୋକ ଉପକୃତ ହେବେ । ଶସ୍ତା ହେବ ମୋବାଇଲ ଫୋନ୍ ଚାର୍ଜର

ସେହିପରି ମୋବାଇଲ୍ ଫୋନ୍ ଏବଂ ଚାର୍ଜର୍ ଉପରେ ମୂଳ ସୀମା ଶୁଳ୍କ କୁ ୧୫ ପ୍ରତିଶତକୁ କମାଇବାକୁ ନିଷ୍ପତ୍ତି ହୋଇଛି। ଏହି କାରଣରୁ ଏବେ ମୋବାଇଲ ଫୋନର ମୂଲ୍ୟ କମିବ।

ଶସ୍ତା ହେଲା ଲିଥିୟମ୍ ବ୍ୟାଟେରୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ସୋଲାର ପ୍ୟାନେଲ ଏବଂ ଲିଥିୟମ ବ୍ୟାଟେରୀ ଶସ୍ତା ହେବ ବୋଲି କହିଛନ୍ତି। ଏହାଦ୍ବାରା ମୋବାଇଲ ଫୋନ୍, ବ୍ୟାଟେରୀ ଚାଳିତ ଗାଡିର ବ୍ୟାଟେରୀର ମୂଲ୍ୟ କମିବ। ଫଳରେ ଇଭି ଗାଡି ବିକ୍ରିକୁ ପ୍ରୋତ୍ସାହନ ମିଳିବ।

କମିଲା କ୍ୟାନସର ଔଷଧର ଦାମ

୩ଟି କ୍ୟାନସର ଚିକିତ୍ସା ଔଷଧର ସୀମା ଶୁଳ୍କ କମାଯାଇଛି। ଏକ୍ସ-ରେ ମେସିନରେ ବ୍ୟବହୃତ ଏକ୍ସ-ରେ ଟ୍ୟୁବ୍ ଏବଂ ଫ୍ଲାଟ୍ ପ୍ୟାନେଲ ଡିଟେକ୍ଟର ଉପରେ ମୌଳିକ ସୀମା ଶୁଳ୍କ କମିଛି। ଏହା କାର୍ଯ୍ୟକାରୀ ହେଲେ ଦାମ୍ କମିବ। ଏହାବାଦ ସୋଲାର ପ୍ୟାନେଲ, ଇସ୍ପାତ ଏବଂ ଲୁହା, କ୍ରୁଜ୍ ଯାତ୍ରା, ସାମୁଦ୍ରିକ ଖାଦ୍ୟ ମଧ୍ୟ ଶସ୍ତା ହୋଇଛି ।

ଟେଲିକମ୍ ଉପକରଣର ସୀମା ଶୁଳ୍କ ବୃଦ୍ଧି û ପ୍ଲାଷ୍ଟିକ ସାମଗ୍ରୀର ବଢ଼ିବ ଦର

ଯଦିଓ ସରକାର ମୋବାଇଲ ଦାମ କମାଇବାକୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ଟେଲିକମ ଉପକରଣର ସୀମା ଶୁକ୍ଳ ବଢାଇବାକୁ ନିଷ୍ପତି ହୋଇଛି । ୧୦%ରୁ ୧୫%କୁ ବୃଦ୍ଧି ପାଇଥିବାରୁ ଟେଲିକମ୍ ଉତ୍ପାଦ ମହଙ୍ଗା ହେବାକୁ ଯାଉଛି। ଆମୋନିୟମ ନାଇଟ୍ରେଟ୍ ଉପରେ ୧୦% ଏବଂ ଅଣ-ବାୟୋଡିଗ୍ରେଡେବଲ୍ ପ୍ଲାଷ୍ଟିକ୍ ଉପରେ ୨୫% ବୃଦ୍ଧି କରି ସୀମା ଶୁଳ୍କ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ଲାବୋରେଟେରୀ କେମିକାଲ ଦର ବୃଦ୍ଧି ନିଷ୍ପତି ହୋଇଛି ।