କନକ ବ୍ୟୁରୋ: ଚଳିତ ବଜେଟରେ ରେଲୱେ ପାଇଁ ୨ ଲକ୍ଷ ୪୦ ହଜାର କୋଟି ବ୍ୟୟବରାଦ କରାଯାଇଛି । ଗତ ବଜେଟରେ ଏହି ପରିମାଣ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ଥିଲା । ଫଳରେ ଚଳିତ ବଜେଟରେ ରେଲୱେ ପାଇଁ ୧ ଲକ୍ଷ କୋଟି ଅଧିକ ବ୍ୟୟବରାଦ କରାଯାଇଛି । ସୀତାରମଣ କହିଛନ୍ତି ଯେ, ଶହେଟି ଯୋଗାଯୋଗ ଭିତିଭୂମି ପ୍ରକଳ୍ପ ଚିହ୍ନଟ କରାଯାଇଛି । ଏହାକୁ ଅଗ୍ରାଧିକାର ଢଙ୍ଗରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୭୫ ହଜାର କୋଟି ଟଙ୍କାର ନିବେଶ କରାଯିବ । ଏଥିରୁ ଘରୋଇ ନିବେଶ ୧୫ ହଜାର କୋଟି ଟଙ୍କାର ରହିବ । ସେହିପରି ରେଲୱେ ବଜେଟରେ ୩୫ଟି ହାଇଡ୍ରୋଜେନ ଇନ୍ଧନ ଚାଳିତ ଟ୍ରେନ, ୪୫୦୦ ଅଟୋମୋବାଇଲ କ୍ୟାରିୟର କୋଚ ଓ ୫୮ ହଜାର ୱାଗନ ତିଆରି ପାଇଁ ପ୍ରସ୍ତାବ ରହିଛି ।
ବଜେଟରେ ରେଳ ବିଭାଗକୁ ମିଳିଲା ୨ ଲକ୍ଷ ୪୦ ହଜାର କୋଟି । ଗତ ବର୍ଷ ଅପେକ୍ଷା ବଢିଲା ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ।
/kanak/media/post_attachments/wp-content/uploads/2023/02/WAP-4_Class_locomotive_of_Indian_Railways-770x435-1.webp)