ବଜେଟରେ ୪୨ ଥର ଟ୍ୟାକ୍ସ ଶବ୍ଦ ଉଚାରଣ କଲେ ଅର୍ଥମନ୍ତ୍ରୀ । ହେଲେ କରାଦାତାଙ୍କୁ ଦେଲେ ନାହିଁ ଖୁସି ଖବର

148

କନକ ବ୍ୟୁରୋ : ନିର୍ବାଚନୀ ବର୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଶେଷ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ସରକାର କିଛି ବଡ ଘୋଷଣା କରିଛନ୍ତି ନା କରଦାତାଙ୍କୁ କିଛି ଖୁସି ଖବର ଦେଇଛନ୍ତି ।

ଚଳିତ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୨ ଥର ଟ୍ୟାକ୍ସ ଶବ୍ଦ ଉଚାରଣ କରିଛନ୍ତି । ହେଲେ ମଧ୍ୟବିତ୍ତଙ୍କ କର ଛାଡ କଥା କେବେ ବି କହିନାହାଁନ୍ତି   । ଏହାସହ କର ଛାଡ ନେଇ ମଧ୍ୟ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କିଛି ଆଲୋଚନା କରିନାହାଁନ୍ତି । ଯଦି ମଧ୍ୟବିତମାନେ କର ଛାଡ ନେଇ କିଛି ଆଶା ରଖିଛନ୍ତି ତେବେ ତାହା ୨୦୨୪ ଜୁଲାଇ ମାସରେ ପୂରଣ ହୋଇପାରେ । କାରଣ ନୂଆ ସରକାର ଆସିବା ପରେ ଜୁଲାଇମାସରେ ବଜେଟ ଅଧିବେଶନ ବସିବ ଓ ସେଥିରେ ସରକାର ମଧ୍ୟବିତଙ୍କୁ କରଛାଡ ନେଇ କିଛି ଘୋଷଣା କରିପାରନ୍ତି ।