କନକ ବ୍ୟୁରୋ : ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଅପରିବର୍ତ୍ତିତ ରଖିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ବର୍ଷ ହୋଇଥିବାରୁ ମଧ୍ୟବିତମାନଙ୍କୁ ଖୁସି କରିବା ପାଇଁ ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ଆୟକର ଛାଡ଼ ସୀମା ବଢ଼ାଇବେ ବୋଲି ଅନେକ ଆଶା କରିଥିଲେ । କିନ୍ତୁ ଏହାକୁ ଅପରିବର୍ତିତ ରଖିଛନ୍ତି ନିର୍ମଳା ସୀତାରମଣ । ପୂର୍ବ ଆର୍ଥିକ ବର୍ଷରେ ଯେଉଁ ବ୍ୟବସ୍ଥା ଥିଲା, ତାହା ଜାରି ରହିବ । ଅର୍ଥାତ ଜୁଲାଇ ମାସରେ ପୂର୍ଣ୍ଣାଙ୍ଗ ବଜେଟ ଆସିବା ପର୍ଯ୍ୟନ୍ତ ଉଭୟ ନୂଆ ଓ ପୁରୁଣା ଆୟକର ବ୍ୟବସ୍ଥା ବଳବତର ରହିବ । ନୂଆ ବ୍ୟବସ୍ଥା ଅନୁସାରେ -
ଆୟକର ଛାଡ଼ ସୀମା ଅପରିବର୍ତ୍ତିତ
୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ନାହିଁ
୩ ଲକ୍ଷ - ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫%
୬ ଲକ୍ଷରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦%
୯ ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୫%
୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୦%
୧୫ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦%
ଏହା ସହ ନିୟମ ମୁତାବକ ବିଭିନ୍ନ ସରଚାର୍ଜ ଦେବାକୁ ହେବ ।
ସେହିପରି ଆୟକର
ନୂଆ ବ୍ୟବସ୍ଥାରେ ଟିକସ ରିହାତି ରହିଛି ୨୫ ହଜାର ଟଙ୍କା
ଅର୍ଥାତ୍ ବାର୍ଷିକ ୭ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଟିକସ ନାହିଁ
ସେହିପରି ଷ୍ଟାଣ୍ଡାର୍ଡ ଡିଡକ୍ସନ ରହିଛି ୫୦ ହଜାର ଟଙ୍କା
ବେତନଭୋଗୀ ଏବଂ ପେନସନଧାରୀ ସାଢ଼େ ୭ ଲକ୍ଷ ଆୟ କରୁଥିଲେ ଟିକସ ପଡିବ ନାହିଁ
ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରେ ହାତ ମାରିଲେ ନାହିଁ ନିର୍ମଳା ସୀତାରମଣ । ଅପରିବର୍ତିତ ରହିଲା ଆୟକର ଛାଡ଼ ସୀମା, ନିରାଶ ହେଲେ ମଧ୍ୟବିତ
/kanak/media/post_attachments/wp-content/uploads/2024/02/16-1.jpg)