ବିଦ୍ୟୁତ ଚାଳିତ ଯାନ ପାଇଁ ବଜେଟରେ ରହିଛି ସ୍ୱତନ୍ତ୍ର ସୁବିଧା । ବିଦ୍ୟୁତ୍ ଚାଳିତ ଯାନର ଚାଜିିଂ ପାଇଁ ମଜବୁତ ଭିତ୍ତିଭୂମୀ ସହ …

328

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ସରକାରର ଦ୍ୱିତୀୟ ପାଳିର ଆଜି ଶେଷ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ଏହି କ୍ରମରେ ଅର୍ଥମନ୍ତ୍ରୀ ଅନେକଗୁଡିଏ ଘୋଷଣା କରିଛନ୍ତି । ତାହା ମଧ୍ୟରେ ଇଲେକ୍ଟ୍ରିକ୍ ଗାଡିକୁ ନେଇ ବିକଶିତ ଇକୋ ସିଷ୍ଟମ ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି କି, ଆମ ସରକାର ଦେଶରେ ମଜବୁତ ଇଲେକ୍ଟ୍ରିକ୍ ଭେଇକିଲ ଇକୋସିଷ୍ଟମ ବିକଶିତ କରିବା ଉପରେ କାମ କରୁଛନ୍ତି । ଆଗାମୀ ଦିନରେ ସରକାର ବିଦ୍ୟୁତ୍ ଚାଳିତ ଯାନର ବିସ୍ତାର ଓ ସୁଦୃଢିକରଣ କରିବେ । ଇଲେକ୍ଟ୍ରିକ ଯାନର ନିର୍ମାଣ ଓ ଚାର୍ଜିଂକୁ ସହାୟତା କରୁଥିବା ଇକୋ ସିଷ୍ଟମ ନିର୍ମାଣ ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି । ସାର୍ବଜନୀନ ପରିବହନ ପାଇଁ ଇଲେକ୍ଟ୍ରିକ୍ ବସକୁ ଅଧିକରୁ ଅଧିକ ଚଳାଇବା ନେଇ ପ୍ରୋତ୍ସାହନ ଦେବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ଦାବି କରିଛନ୍ତି କି ସରକାର ବିଦ୍ୟୁତ୍ ଚାଳିତ ଯାନର ଭିତ୍ତିଭୂମୀ ସୁଦୃଢ କରିବା ଉପରେ କାମ କରୁଛନ୍ତି । ସରକାର ଇଲେକ୍ଟ୍ରିକ୍ ବାହାନ ପାଇଁ ଚାଜିଂ ଷ୍ଟେସନ ଷ୍ଟାଟଅପ୍ କରିବା ସହ ଯୁବକମାନଙ୍କୁ ଏହି ଦକ୍ଷତା ପାଇଁ ଟ୍ରେନିଂ ଦିଆଯିବ ବୋଲି କୁହାଯାଇଛି । ହେଲେ ବିଦ୍ୟୁତଚାଳିତ ଗାଡି ନିର୍ମାତାମାନେ ଚଳିତ ବଜେଟରେ ସରକାରଙ୍କ ଠାରୁ ଅନେକ କିଛି ଆଶା କରିଥିଲେ ବି ସରକାର ସେମାନଙ୍କୁ ନିରାଶ କରିଛନ୍ତି ।