ଶିକ୍ଷା ଓ ରୋଜଗାରକୁ ନେଇ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀଙ୍କ ବୟାନ । କହିଲେ, ୧.୪ କୋଟି ବେରୋଜଗାରୀଙ୍କୁ ମିଳିଛି ସ୍କିଲ ଇଣ୍ଡିଆର ଲାଭ, ୧୦ ବର୍ଷରେ ଖୋଲିଛି ୩୯୦ ବିଶ୍ୱବିଦ୍ୟାଳୟ

125

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଶିକ୍ଷାକ୍ଷେତ୍ରକୁ ନେଇ ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସ ଉପରେ ସୂଚନା ଦେଇଛନ୍ତି । ସଂସଦରେ ସୀତାରମଣ କହିଛନ୍ତି କି, ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁଦାନରେ ୩୯୦ ଟି ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । ଏହାସହ ୫୪ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ସ୍କିଲ ଇଣ୍ଡିଆ ସ୍କିମରେ ଦକ୍ଷ କରାଯାଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତି ମାଧ୍ୟମରେ ପରିବର୍ତ୍ତକାରୀ ସୁଧାରର ଆରମ୍ଭ ହୋଇଛି

ଅର୍ଥମନ୍ତ୍ରୀଙ୍କ ବୟାନ

  • ଏସଟିଇଏମ (ବିଜ୍ଞାନ,ପ୍ରଯ୍ୟୁକ୍ତି, ଇଂଜିନିୟରିଂ ଓ ଗଣିତ) ପାଠ୍ୟକ୍ରମରେ ୪୩ ପ୍ରତିଶତ ମହିଳା ପଞ୍ଜିକରଣ କରିଛନ୍ତି । ଏହା ସାରା ବିଶ୍ୱର ସର୍ବାଧିକ
    ସ୍ୱରୋଜଗାର ପାଇଁ ପ୍ରଧାନମନ୍ତ୍ରୀ ମୂଦ୍ରା ଯୋଜନା ମାଧ୍ୟମରେ ୨୨.୫ ଲକ୍ଷ କୋଯି ଟଙ୍କା ଋଣ ପ୍ରଦାନ କରାଯାଇଛି
  • ମହିଳାଙ୍କ ରୋଜଗାର ପାଇଁ ମୁଦ୍ରା ଯୋଜନା ମାଧ୍ୟମରେ ୩୦ କୋଟି ମହିଳାଙ୍କୁ ବ୍ୟବସାୟ ପାଇଁ ଋଣ ଦିଆଯାଇଛି
  • ୧.୪ କୋଟି ଯୁବକଙ୍କୁ ସ୍କିଲ ଇଣ୍ଡିଆର ଲାଭ ମିଳିଛି
  • ସ୍କିଲ ଇଣ୍ଡିଆ ମିଶନ କ୍ରମରେ ୨୦ ରୁ ଅଧିକ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ ମାଧ୍ୟମରେ ସାରା ଦେଶରେ ଅନେକଗୁଡିଏ କୌଶଳ ବିକାଶ ଯୋଜନା ଲାଗୁ କରାଯାଇଛି
  • ଦେଶରେ ୭ଟି ନୂଆ ଆଇଆଇଟି ଓ ୭ଟି ନୂଆ ଆଇଆଇଏମ୍ ଖୋଲା ଯାଇଛି
  • ଗତ ୧୦ ବର୍ଷ ମଧ୍ୟରେ ୩୯୦ ଟି ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି

ଗତ ୨୦୨୩ ବଜେଟରେ ସରକାର ଶିକ୍ଷାକ୍ଷେତ୍ର ପାଇଁ ୧,୧୨,୮୯୯ କୋଟି ଟଙ୍କା ଆବଣ୍ଟନ କରିଥିଲେ । ଚଳିତ ବର୍ଷ ସରକାର ଏକଲବ୍ୟ ସ୍କୁଲ ପାଇଁ ୩୮ ହଜାରରୁ ଅଧିକ ଶିକ୍ଷକ ଭର୍ତ୍ତି କରିବାକୁ ଘୋଷଣା କରିଛନ୍ତି । ଏହି ବଜେଟରେ ସ୍କୁଲ ଶିକ୍ଷା ପାଇଁ ୬୮,୮୦୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ଓ ଉଚ୍ଚଶିକ୍ଷା ପାଇଁ ୪୪,୦୯୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସମଗ୍ର ଶିକ୍ଷା ଅଭିଯାନ ପାଇଁ ସରକାର ୩୭,୪୫୩ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।