କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି । ବିଶେଷକରି ଗରିବଙ୍କ ପାଇଁ ସାମାଜିକ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବା ସହିତ ମଧ୍ୟବିତ ବର୍ଗର ଲୋକଙ୍କୁ ଟିକସ ରିହାତି ଦେବାର ସମ୍ଭାବନା ରହିଛି ।

Advertisment

ନିର୍ମଳା ସୀତାରମଣ ତାଙ୍କର ପଂଚମ ବଜେଟ୍ ଏଭଳି ସମୟରେ ଉପସ୍ଥାପନା କରିବାକୁ ଯାଉଛନ୍ତି, ଯେତେବେଳେ ପ୍ରାୟ ସମଗ୍ର ବିଶ୍ୱ ତା’ର ଅର୍ଥବ୍ୟବସ୍ଥାକୁ ନେଇ ସଂଘର୍ଷ କରୁଛି । ବଜେଟରେ ଆୟକର ସ୍ଲାବ ପରିବର୍ତନ ଦାବିକୁ ପ୍ରାଧାନ୍ୟ ଦିଆଯାଇପାରେ । ଏହାଦ୍ୱାରା ମଧ୍ୟବିତଙ୍କୁ ଆଶ୍ୱସ୍ତି ମିଳିପାରେ । ଏହାସହିତ ଗରିବଙ୍କ ଉପରେ ସରକାରୀ ଖର୍ଚ୍ଚ ବଢ଼ାଇବା ସହିତ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ଘୋଷଣା କରାଯାଇପାରେ । ତେବେ ଏସବୁ ଘୋଷଣା କରିବା ଭିତରେ ରାଜକୋଷ ଉପରେ ଯେପରି କୌଣସି ପ୍ରଭାବ ନପଡ଼ିବ, ସେଥିପ୍ରତି ସୀତାରମଣ ନଜର ଦେବେ । ଗତ କିଛି ସଧ୍ୟରେ ମୁଦ୍ରାସ୍ପୀତି କମିବା ଏବଂ ଟିକସ ପରିମାଣ ଅଧିକ ରହିବା ଦ୍ୱାରା ଆଶ୍ୱସ୍ତି ମିଳିପାରେ ।

କାହାକୁ ମିଳିବ ଅଧିକ ଗୁରୁତ୍ୱ?

- ଘୋଷଣା ହୋଇପାରେ ଜନମଙ୍ଗଳକାରୀ ଯୋଜନା
- ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଟିକସ ରିହାତି ସମ୍ଭାବନା
- ଛୋଟ ବ୍ୟବସାୟୀଙ୍କ ପାଇଁ କିଛିଟା ଟିକସ ରିହାତି ମିଳିପାରେ
- ଆୟକର ସୀମା ଅଢେଇ ଲକ୍ଷରର ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇପାରେ
- ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ପରିବର୍ତ୍ତେ ୧ ଲକ୍ଷ ଟଙ୍କା ହୋଇପାରେ
- ସର୍ବୋଚ୍ଚ ଟିକସ ହାର ୩୦ ପରିବର୍ତ୍ତେ ୨୫ ପ୍ରତିଶତ ହ୍ରାସ ସମ୍ଭାବନା
- ଉଦ୍ୟୋଗୀମାନଙ୍କୁ ମିଳିପାରେ ପ୍ରୋତ୍ସାହନ
- ଘରୋଇ ଜେଟ୍, ହେଲିକପ୍ଟର ଉପରେ ବଢିପାରେ ଆମଦାନୀ ଶୁଳ୍କ
- ଦାମୀ ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଗହଣା ଉପରେ ଆମଦାନୀ ଶୁଳ୍କ ବଢିପାରେ
- ଗ୍ରାମୀଣ ନିଯୁକ୍ତି, ଫସଲ ବୀମା, ଗ୍ରାମୀଣ ସଡ଼କ ଓ ଗୃହ ନିର୍ମାଣକୁ ପ୍ରାଧାନ୍ୟ ମିଳିପାରେ
- ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇପାରନ୍ତି ସରକାର
- ଆର୍ଥିକ ବିକାଶକୁ ମଜବୁତ କରିବା ପାଇଁ ପୁଞ୍ଜି ବ୍ୟୟବରାଦ ବଢାଯାଇପାରେ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଓଡ଼ିଶା ମଧ୍ୟ ବଜେଟକୁ ନେଇ ଅନେକ ଆଶା ରଖିଛି ।

ଓଡ଼ିଶା ପାଇଁ କ’ଣ ?

- ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ ବଢିପାରେ
- ଗ୍ରାମୀଣ ବିକାଶ, ରୋଜଗାର, ପାନୀୟ ଜଳ କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି ଆଶା
- ସହରାଞ୍ଚଳ ସଂସ୍କାର କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା ସମ୍ଭାବନା
- ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଅଧିକ ଗୁରୁତ୍ୱ ମିଳିପାରେ
- ଗତ ବଜେଟ୍ରେ ଗ୍ରାମୀଣ ଆବାସ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇନଥିଲା
- କୃଷି, କୃଷି କଲ୍ୟାଣ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ବ୍ୟୟ ବରାଦ ହ୍ରାସ ପାଇଥିଲା
- ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ ଭଳି କ୍ଷେତ୍ରରେ ବ୍ୟୟ ବରାଦ କମିଥିଲା

ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିତ ହେଉଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କ’ଣ ମିଳିବ ତାହା ଉପରେ ନଜର । ହେଲେ ରେଳବାଇକୁ ନେଇ ଅନେକ ଆଶା ରଖିଛନ୍ତି ରାଜ୍ୟବାସୀ ।

ଓଡ଼ିଶାର ରେଳ ଆଶା

- ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଗୁରୁତ୍ୱ ଦେବାକୁ କେନ୍ଦ୍ରକୁ ଦାବି
- ରେଳ ଭିତ୍ତିଭୂମିର ଉନ୍ନତି ପାଇଁ ୮ହଜାର ୪୦୦ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ
- ବିଭିନ୍ନ ପ୍ରକଳ୍ପ, ନୂଆ ରେଳ ଲାଇନ୍ ଓ ଷ୍ଟେସନ ଆଧୁନିକୀକରଣକୁ ଗୁରୁତ୍ୱ ଦିଆଯାଇପାରେ
- ନୂଆ ଟ୍ରେନ୍ ଓ ଚାଲୁଥିବା ଟ୍ରେନକୁ ସମ୍ପ୍ରସାରଣ ଦାବି
- ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୧୨୦୦ କୋଟି ଟଙ୍କା ଦାବି
- ତାଳଚେର-ବିମଳାଗଡ଼ ପାଇଁ ୮୦୦ କୋଟି ଟଙ୍କା ଦାବି
- ଗତ ରେଳ ବଜେଟରେ ଦାବି ଠାରୁ ଅଧିକ ମିଳିଥିଲା ଟଙ୍କା
- ୨୦୨୨-୨୩ ରେଳ ବଜେଟରେ ଓଡ଼ିଶାକୁ ମିଳିଥିଲା ୭ହଜାର ୬୦୦ କୋଟି ଟଙ୍କା
- ବଜେଟରେ ମିଳିଥିଲା ୯ହଜାର ୭୩୪ କୋଟି ଟଙ୍କା
- ୨୦୨୧-୨୨ରେ ଓଡ଼ିଶାକୁ ମିଳିଥିଲା ୫୫୨୮ କୋଟି ଟଙ୍କା
- ୨୦୨୦-୨୧ରେ ଓଡ଼ିଶାକୁ ମିଳିଥିଲା ୪୮୮୪ କୋଟି
- ୨୦୧୯-୨୦ରେ ଓଡ଼ିଶାକୁ ମିଳିଥିଲା ୪୫୬୮ କୋଟି