ହିସାବ କିତାବ ୨୦୨୩-୨୪ : ଶସ୍ତା ହେବ ମୋବାଇଲ, ଟିଭି। ସରକାର ହ୍ରାସ କଲେ କଷ୍ଟମ ଡ୍ୟୁଟି

678

କନକ ବ୍ୟୁରୋ: ୨୦୨୩-୨୪ ଆର୍ଥିକ ବଜେଟରେ କେନ୍ଦ୍ର ସରକାର ଫୋନ ନିର୍ମାଣ କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ଚଳିତବର୍ଷ ବଜେଟ ଲାଗୁ ହେବା ପରେ ଦେଶରେ ମୋବାଇଲ ଫୋନ ଶସ୍ତା ହୋଇଯିବ । ସରକାର ମୋବାଇଲ ଫୋନରେ ବ୍ୟବହାର ହେଉଥିବା କିଛି ସାମଗ୍ରୀରେ କଷ୍ଟମ ଡ୍ୟୁଟି ଛାଡ କରିବା ପାଇଁ ଘୋଷଣା କରିଛନ୍ତି । ଏହା ଛଡା ସରକାର ମୋବାଇଲ ଫୋନକୁ ଶକ୍ତି ଯୋଗାଉଥିବା ଲିଥିୟମ ଆୟନ ବ୍ୟାଟେରୀ ଉପରେ କଷ୍ଟମ ଡ୍ୟୁଟି ଛାଡ କରିଛନ୍ତି ।

ଅର୍ଥମନ୍ତ୍ରୀ ମୋବାଇଲ ଫୋନ ଏବଂ ଟିଭିର କିଛି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ଛାଡ କରିଛନ୍ତି । ଏହି କାରଣରୁ ଦେଶରେ ସାମଗ୍ରୀର ଉତ୍ପାଦନ ବଢିବ । ନିଜର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କ୍ୟାମେରା ଲେନ୍ସ ଉପରେ କଷ୍ଟମ ଡ୍ୟୁଟିକୁ ହ୍ରାସ କରି ୨.୫ ପ୍ରତିଶତ କରିଦିଆଯାଇଛି ।

ଲିଥିୟମ ଆୟନ ବ୍ୟାଟେରୀ ଉପରେ କଷ୍ଟମ ଡ୍ୟୁଟିକୁ କମ କରାଯାଇଛି । ଏହା ଛଡା ଏଲଇଡି ଟିଭି ପ୍ୟାନେଲ ଉପରେ ମଧ୍ୟ କଷ୍ଟମ ଡ୍ୟୁଟି ହ୍ରାସ କରି ୨.୫ ପ୍ରତିଶତ କରିଦିଆଯାଇଛି । ଏହାର ଅର୍ଥ ସ୍ମାର୍ଟଫୋନ ଏବଂ ଟିଭି ଶସ୍ତା ହେବ ।