କନକ ବ୍ୟୁରୋ : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ୧୦ ଟି ବଡ ଘୋଷଣା କରାଯାଇଛି । ଆୟକର ଛାଡ ସୀମା ଅଢେଇ ଲକ୍ଷରର ୩ଲକ୍ଷକୁ ବୃଦ୍ଧି କରାଯାଇଛି । ଦେଶରେ ପ୍ରତିଷ୍ଟା ହେବ ୧୫୭ ନର୍ସିଂ କଲେଜ । ପ୍ରାକୃତିକ ଚାଷ ପ୍ରଶିକ୍ଷଣ ପାଇଁ ୧୦ହଜାର ବାୟୋ ଇନଫର୍ମ ସେଣ୍ଟର ପ୍ରତିଷ୍ଠା ହେବ । ଇଲେକ୍ଟ୍ରିକ୍ ଗାଡି , ଦେଶୀ ମୋବାଇଲ, ଖେଳଣା ଓ ସାଇକେଲ ଶସ୍ତା ହୋଇଛି ।
ସେହିପରି ଦେଶୀ କିଚେନ ଚିମିନି, ସୁନା, ରୁପା ଓ ପ୍ଲାଟିନମ୍ ମହଙ୍ଗା ହୋଇଛି । ଅନ୍ୟପକ୍ଷରେ ଗରିବ କଏଦୀଙ୍କୁ ଜାମିନ ପାଇଁ କେନ୍ଦ୍ର ସହାୟତା ଦେବ । ୫ଜିର ବିକାଶ ପାଇଁ ୧୦୦ଟି ରିସର୍ଚ୍ଚ ଲ୍ୟାବ ପ୍ରତିଷ୍ଠା ହେବ । ପରିଚୟ ପାଇଁ ପ୍ୟାନ କାର୍ଡ ବୟବହାର ହୋଇପାରିବ । ଗାଡିର ସ୍କ୍ରାପିଂ ପାଇଁ ଅଧିକ ପୁଞ୍ଜି ଆବଣ୍ଟନ ହେବ । ୪୭ଲକ୍ଷ ଯୁବକଙ୍କୁ ୩ବର୍ଷ ଯାଏଁ ଭତ୍ତା ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/46.jpg)