କନକ ବ୍ୟୁରୋ : ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କର ଶେଷ ପୂର୍ଣ୍ଣାଙ୍ଗ ବଜେଟ । କିନ୍ତୁ ମୋଦୀ ସରକାରଙ୍କ ସମୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଦଳିଛି ସମୟ, ବଦଳିଛି ତାରିଖ । ପୂର୍ବରୁ ବଜେଟ୍ ଫେବ୍ରୁଆରୀ ମାସ ଶେଷରେ ଉପସ୍ଥାପନ ହେଉଥିଲା । ଫେବ୍ରୁଆରୀ ୨୮ କିମ୍ବା ୨୯ ତାରିଖରେ ଆଗତ ହେବାର ପରମ୍ପରା ଥିଲା । ୨୦୧୪ରେ ମୋଦୀ ସରକାର ଆସିବା ପରେ ଏହାକୁ ବଦଳାଇ ଦେଲେ । ଫେବ୍ରୁଆରୀ ଶେଷରେ ନକରି ଆରମ୍ଭରେ ବଜେଟ୍ ଉପସ୍ଥାପନ ହେଲା । ସେବେଠାରୁ ଫେବ୍ରୁଆରୀ ୧ ତାରିଖରେ ବଜେଟ୍ ଆଗତ ହେଉଛି ।
ରେଳ ବଜେଟର ବିଲୟ
- ୧୯୨୪ରୁ ଚଳି ଆସୁଥିବା ପରମ୍ପରାକୁ ବଦଳାଇଛନ୍ତି ମୋଦୀ ସରକାର
- ଆଲଗା ଅଲଗା ଉପସ୍ଥାପନ ହେଉଥିଲା ରେଳ ବଜେଟ୍ ଓ ସାଧାରଣ ବଜେଟ୍
- ୨୦୧୬ରୁ ଏହାକୁ ଏକାଠି ଉପସ୍ଥାପନ କରିଆସୁଛନ୍ତି ମୋଦୀ ସରକାର
- ପ୍ରଥମେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସାଧାରଣ ବଜେଟ୍ ସହ ରେଳ ବଜେଟ୍ ଉପସ୍ଥାପନ କଲେ
- ପୂର୍ବରୁ ସାଧାରଣ ବଜେଟ୍ର କିଛିଦିନ ଆଗରୁ ଆସୁଥିଲା ରେଳ ବଜେଟ୍
- ରେଳମନ୍ତ୍ରୀ ହିଁ ଦେଶର ରେଳ ବଜେଟ୍କୁ ଉପସ୍ଥାପନ କରୁଥିଲେ
ବ୍ରିଫକେସ୍ ବଦଳରେ ବହି-ଖାତା
- ଦେଶ ସ୍ୱାଧୀନ ହେବା ପରଠାରୁ ଅର୍ଥମନ୍ତ୍ରୀ ବଜେଟ୍ ବ୍ରିଫକେସ ଧରି ଆସୁଥିଲେ
- ୧୯୪୭ରୁ ଅର୍ଥମନ୍ତ୍ରୀ ହାତରେ ଏହି ନାଲି ରଙ୍ଗର ବ୍ରିଫକେସ ଧରି ଆସୁଥିବା ଦେଖାଯାଉଥିଲା
- ୨୦୧୯ରେ ମୋଦୀ ସରକାର ଏହି ବ୍ରିଫକେସ ପରମ୍ପରା ମଧ୍ୟ ବନ୍ଦ କରିଦେଲେ
- ବ୍ରିଫକେସ ବଦଳରେ ନାଲି ରଙ୍ଗର ବହି-ଖାତା ଧରି ଆସିବାର ପରମ୍ପରା ଆରମ୍ଭ ହେଲା
- ଗତବର୍ଷ ବଜେଟକୁ ଏକ ଲାଲ ରଙ୍ଗର ଟାବଲେଟ୍ରେ ଆଣି ଉପସ୍ଥାପନ କରାଯାଇଥିଲା
- ବଜେଟକୁ ପେପରଲେସ୍ କରିବା ପାଇଁ ସାଂସଦଙ୍କୁ ‘ଆପ୍’ରେ ବଜେଟ୍ ପୁସ୍ତକ ଦିଆଯାଉଛି
ବାଜପେୟୀ ବଦଳାଇଥିଲେ ସମୟ
- ମୋଦୀ ସରକାରଙ୍କ ପୂର୍ବରୁ ବାଜପେୟୀ ସରକାର ବି ବଦଳାଇଥିଲେ ପରମ୍ପରା
- ୧୯୯୯ ପୂର୍ବରୁ ଲୋକସଭାରେ ବଜଟ୍ ସଂଧ୍ୟା ୫ଟାରେ ଆଗତ ହେଉଥିଲା
- ହେଲେ ତତ୍କାଳୀନ ବାଜପେୟୀ ସରକାର ଏହି ଧାରାରେ ପରିବର୍ତନ ଆଣିଥିଲେ
- ସମୟରେ ପରିବର୍ତ୍ତନ କରି ଦିନ ୧୧ରେ ବଜେଟ୍ ଆଣିଲେ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା
- ସେବେଠାରୁ ଲୋକସଭାରେ ସାଧାରଣ ବଜେଟ୍ ଦିନ ୧୧ରେ ଆଗତ ହୋଇଆସୁଛି
ବଜେଟ୍ ପ୍ରସ୍ତୁତିରେ
ଗୋପନୀୟତା
- ବଜେଟ୍ ପ୍ରସ୍ତୁତିରେ ନିଯୁକ୍ତ ଅଧିକାରୀ ବାହାର ଦୁନିଆରୁ ବିଛିନ୍ନ ହୋଇ ରୁହନ୍ତି
- ବିଶେଷ କରି ଶେଷ ୧୦ ଦିନ କାହାରି ସହ ଯୋଗାଯୋଗ ପାଇଁ ଅନୁମତି ନଥାଏ
- ବଜେଟ୍ ପ୍ରସ୍ତୁତ ନହେବା ଯାଏଁ ବାହାର ବ୍ୟକ୍ତି ଅର୍ଥ ମନ୍ତ୍ରାଳୟକୁ ଯାଇପାରନ୍ତି ନାହିଁ
- ଏପରିକି ବଜେଟ୍ ଛାପିବାରେ ନିଯୁକ୍ତ କର୍ମଚାରୀ ବି ବାହାରକୁ ଯାଇପାରନ୍ତିନି
- ବଜେଟ୍ ପ୍ରସ୍ତୁତ ହେବା ଯାଏଁ ଗୁଇନ୍ଦା ଓ ସାଇବର ସିକ୍ୟୁରିଟି ସେଲ ନଜର ରଖନ୍ତି
- ବଜେଟ୍ ପ୍ରସ୍ତୁତ ହେବା ଯାଏଁ ଅର୍ଥ ମନ୍ତ୍ରାଳୟରେ ମୋବାଇଲ ନେଟୱର୍କ କାମ କରେନି
- କେବଳ ଲ୍ୟାଣ୍ଡ ଲାଇନ ଫୋନ ବ୍ୟବହାର ପାଇଁ ଅନୁମତି ରହିଥାଏ
- କିଛି ବରିଷ୍ଠ ଓ ଭରସାଯୋଗ୍ୟ ଅଫିସରଙ୍କୁ ଛାଡି ଆଉକେହି ବାହାରକୁ ଯାଆନ୍ତି ନାହିଁ
- ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କୌଣସି ତଥ୍ୟ ଲିକ ହେବା ଆଶଙ୍କାରେ ଏଭଳି କରାଯାଏ
- ଏପରିକି ୧୦ ଦିନ ଧରି ଏକ ଡାକ୍ତରୀ ଟିମ୍ ମଧ୍ୟ ପ୍ରସ୍ତୁତ ରଖାଯାଏ
- କୌଣସି କର୍ମଚାରୀ ଅସୁସ୍ଥ ହେଲେ ସେହିଠାରେ ତାଙ୍କର ଚିକିତ୍ସା କରାଯାଏ
- ଏହି ସମୟରେ ଇଣ୍ଟରନେଟ୍ ବ୍ୟବହାର ଉପରେ ମଧ୍ୟ କଟକଣା ରହିଥାଏ
- ବଜେଟ୍ ପ୍ରସ୍ତୁତ ହେଉଥିବା କମ୍ପ୍ୟୁଟରରୁ ଇଣ୍ଟରନେଟ କାଢି ଦିଆଯାଏ
- ଫଳରେ କମ୍ପ୍ୟୁଟରକୁ ହ୍ୟାକ କରି କେହି ବଜେଟ୍ ତଥ୍ୟ ହାସଲ କରିପାରବେନି
- ଏହି କମ୍ପ୍ୟୁଟରରୁ କେବଳ ପ୍ରିଂଟର ବା ଅନ୍ୟ ଛପା ମେସିନ ସହ ସଂଯୋଗ ଦିଆଯାଏ