କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକବର୍ଷ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନୀ କରିଛନ୍ତି । ମୋଦୀ ସରକାରର ଦ୍ୱିତୀୟ ପାଳିର ଶେଷ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନା କରିଛନ୍ତି ନିର୍ମଳା । ଏହି ବଜେଟ ଅଭିଭାଷଣ ସମୟରେ ଅଲଗା ଅଲଗା କ୍ଷେତ୍ର ପାଇଁ ବିଭିନ୍ନ ଘୋଷଣା କରିଛନ୍ତି ସେ । ଏକ ଘଣ୍ଟା ୨୯ ମିନିଟ ଧରି ଚାଲିଥିବା ଏହି ବଜେଟ ଅଭିଭାଷଣରେ ସେ କହିଥିଲ ଦେଖୋ ଆପନା ଦେଶର ଉଦ୍ଦେଶ୍ୟ ପୂରା କରିବା ପାଇଁ ପର୍ଯ୍ୟଟନ ଏବଂ କୌଶଳ ବିକାଶ ମଧ୍ୟରେ ତାଳମେଳ ରଖିବାର ଆବଶ୍ୟକତା ରହିଛି ।

Advertisment

ଏହି ଯୋଜନାରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ପାଖପାଖି ୫୦ ପର୍ଯ୍ୟଟନସ୍ଥଳକୁ ଅଗ୍ରାଧିକାର ଦିଆଯାଇଛି । ଦେଖୋ ଆପନା ଦେଶ ଯୋଜନାରେ ପର୍ଯ୍ୟଟକ ହୋଟେଲର ଭଡା, ଯାତ୍ରା ଏବଂ ପ୍ରବେଶ ଶୁଳ୍କରେ ଅନେକ ରିହାତି ପାଇପାରିବେ । ଏହା ଛଡା ସେମାନଙ୍କୁ ବିତ୍ତୀୟ ସହାୟତା ମଧ୍ୟ ଦେବା ପାଇଁ ଉଦ୍ୟମ କରାଯାଉଛି । ଯେଉଁମାନେ ଦୂରଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯିବ ।

ଅର୍ଥମନ୍ତ୍ରୀ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରକୁ ଆଗ୍ରାଧିକାର ଦେବା ପାଇଁ ସ୍ୱଦେଶ ଦର୍ଶନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାଛଡା ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ ଜରିଆରେ ସୀମାବର୍ତ୍ତୀ ଗାଁରେ ପର୍ଯ୍ୟଟନର ବୁନିଆଦୀ ଢାଞ୍ଚା ଏବଂ ସୁବିଧାକୁ ସୁଗମ କରିବା ପାଇଁ ଯୋଜନା ହେଉଛି ।

ଦେଶର ନାଗରିକଙ୍କୁ ବୁଲିବା ଉପରେ ପ୍ରୋତ୍ସାହିତ କରିବା ପାଇଁ ଏବଂ ପର୍ଯ୍ୟଟନ ସୁବିଧାକୁ ବୃଦ୍ଧି କରିବା ପାଇଁ ୨୦୨୦ ମସିହାରେ ଦେଖୋ ଅ।।ପନା ଦେଶ ଯୋଜାନର ଶୁଭାରମ୍ଭ କରାଯାଇଥିଲା । ଏହାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସ୍ୱଦେଶ ଦର୍ଶନ ପ୍ରତି ଆଗ୍ରହୀ କରିବା ।