କନକ ବ୍ୟୁରୋ: ୨୦୨୩-୨୪ ଆର୍ଥିକ ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ୯୮୬ ଟଙ୍କା ବ୍ୟୟବରାଦ କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଏହା ୨୨ ପ୍ରତିଶତ ଅଧିକ ରହିଛି । ବିଶେଷ କରି ଯୁବକ, ଯୁବତୀଙ୍କ ଦକ୍ଷତା ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତର ନିଯୁକ୍ତି ସକାଶେ ପ୍ରସ୍ତୁତି କରିବା ପାଇଁ ଭୁବନେଶ୍ୱରରେ ଅତ୍ୟାଧୁନିକ ଭିତ୍ତିଭିମି ଓ ସୁବିଧା ଥିବା ଏକ ପ୍ରମୁଖ ଅନୁଷ୍ଠାନ ୱାର୍ଲଡ ସ୍କିଲଡ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏଠାରେ ଶିକ୍ଷା ନେଇ ଥିବା ୨୧୪ ଛାତ୍ରଛାତ୍ରୀ ଅନେକ ନାମୀଦାମୀ କମ୍ପାନୀରେ ନିୟୋଜିତ ହୋଇପାରିଛନ୍ତି । ସେଥିରୁ ୫୬ ଜଣ ବିଦେଶରେ ନିଯୁକ୍ତି ପାଇଛନ୍ତି । “Skilled in Odisha”  ବ୍ରାଣ୍ଡ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରୁଛି ।

Advertisment

ରାଜ୍ୟରେ ସରକାରୀ ଆଇଟିଆଇରେ ସୁଦକ୍ଷା ଯୋଜନା ଆରମ୍ଭ କରାଯାଇଥିଲା । ବିଶେଷ କରି ସରକାରୀ ଆଇଟିଆଇରେ ବାଳିକାମାନେ ନାମଲେଖାଇବାକୁ ବୃଦ୍ଧି କରିବା ପାଇଁ ଏହି ଯୋଜନାକୁ ସମ୍ପ୍ରସାରଣ କରାଯାଇଛି । ଏଥିପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ପାଇଁ ପ୍ରସ୍ତାବ ରଖାଯାଇଛି । ଯୁବବର୍ଗଙ୍କ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।