କନକ ବ୍ୟୁରୋ : ଦେଶରେ ବର୍ତ୍ତମାନ ନିର୍ବାଚନ ମାହୋଲ ରହିଛି । ଉତରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ ସମେତ ୫ଟି ରାଜ୍ୟରେ ଚଳିତ ମାସରେ ଭୋଟ ହେବ । ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦିନ ୧୧ଟାରେ ଲୋକସଭାରେ ବଜେଟ ଆଗତ କରିବେ । ଏହି ବଜେଟରେ ଛୋଟ କୃଷକଙ୍କୁ ବଡ ଉପହାର ଦେଇପାରନ୍ତି ମୋଦି ସରକାର । ଏହାଛଡା କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ଗତି ଦେବା ପାଇଁ ବଡ ଘୋଷଣା ବି ହୋଇପାରେ ।

Advertisment

ନିର୍ମଳା ସୀତାରମଣ ଲଗାତାର ଚତୁର୍ଥ ଥର ଲାଗି ଲୋକସଭାରେ ବଜେଟ ଉପସ୍ଥାପନ କରିବେ । ବଜେଟରେ ସାଧାରଣ ନାଗରିକ ଓ ମଧ୍ୟମ ଶ୍ରେଣୀଙ୍କ ପାଇଁ କଣ ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବାକୁ ସାଧାରଣ ଲୋକଙ୍କୁ ସୁହାଇଲ ଭଳି କିଛି ଘୋଷଣା ବି ବଜେଟରେ ହୋଇପାରେ । ଏହାଛଡା କେଉଁ ଜିନିଷ ଶସ୍ତା ହେବ ଓ କେଉଁ ଜିନିଷ ମହଙ୍ଗା ହେବ ସେ ଉପରେ ସାଧାରଣ ଲୋକଙ୍କ ନଜର ରହିଛି । ଦରବୃଦ୍ଧି, କୃଷିକ୍ଷେତ୍ର, ଆତ୍ମନିର୍ଭର ଭାରତ, ପ୍ରତିରକ୍ଷା ଓ ଆୟକର ସ୍ଲାବ ଉପରେ କି ଘୋଷଣା ହେଉଛି ସାରା ଦେଶର ନଜର ରହିଛି ।

 ବଜେଟରେ କାହାକୁ ଅଧିକ ଗୁରୁତ୍ୱ ଦିଆଯାଇପାରେ ?

୧. ଫୋକସରେ ରହିପାରେ କୃଷି, କୃଷକ ଓ ଏମଏସଏମଇ
୨. ବଢିପାରେ ପିଏମ କିଷାନ ସମ୍ମାନ ନିଧିର ପାଣ୍ଠି
୩. ବଜେଟରେ କିଷାନ ପେନସନ ଯୋଜନାକୁ ବିସ୍ତାର କରାଯାଇପାରେ
୪. ବଜେଟରେ ମନରେଗାର ଫଣ୍ଡ ବଢାଯାଇପାରେ
୫. ମଧ୍ୟମ ବର୍ଗ ପାଇଁ କିଛି ଘୋଷଣା ହୋଇପାରେ, ଆୟକର ସୀମା ବଢିବା ସମ୍ଭାବନା
୬. ଇଲୋଟ୍ରୋନିକ୍ସ ସାମଗ୍ରୀର ଆମଦାନୀ ଶୁଳ୍କ ହ୍ରାସ ସମ୍ଭାବନା
୭. ଭୋଟ ହେଉଥିବା ରାଜ୍ୟଗୁଡିକ ପ୍ରତି ଖାସ ଦୃଷ୍ଟି ଦିଆଯାଇପାରେ
୮. କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ କିଛି ବଡ ଘୋଷଣା ସମ୍ଭାବନା, କରୋନାରେ ଏହି ଶିଳ୍ପ ବେଶୀ ପ୍ରଭାବିତ ହୋଇଛି ।
୯. ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାକୁ ବଡ ଘୋଷଣା ହୋଇପାରେ
୧୦. ଧନୀ ଶ୍ରେଣୀ ପାଇଁ ସରଚାର୍ଜକୁ ବଢାଯାଇପାରେ

 ଆଜିର ବଜେଟରେ କୃଷକଙ୍କ ମିଳିପାରେ ଅଧିକ ଗୁରୁତ୍ୱ । କେଉଁ ଦିଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ ?

୧ କୃଷକଙ୍କୁ ଶସ୍ତା ଋଣ ଦେବା ପାଇଁ ନୂଆ କୃଷି ଲୋନ ସ୍କିମ ଅଣାଯାଇପାରେ
୨. ନାବାର୍ଡ ଦ୍ୱାରା ବିନା ସୁଧରେ ୧ ଲକ୍ଷ ଯାଏଁ କୃଷିଋଣ ଦେବାକୁ ହୋଇପାରେ ଘୋଷଣା
୩. ୨୦୧୯ ନିର୍ବାଚନରେ ବିଜେପି ନିଜ ଘୋଷଣାପତ୍ରରେ ବିନା ସୁଧରେ ଋଣ ଦେବାକୁ ପ୍ରତିଶ୍ରୃତି ଦେଇଥିଲା
୪.ପିଏମ କିଷାନ ସମ୍ମାନ ନିଧିରେ କୃଷକଙ୍କ ଦିଆଯାଉଥିବା ସହାୟତା ବଢାଯାଇପାରେ
୫ ଏହି ଯୋଜନାରେ ଦିଆଯାଉଥିବା ବାର୍ଷିକ ୬ ହଜାର ଟଙ୍କାକୁ ୮ ହଜାର ଟଙ୍କା କରିପାରନ୍ତି ମୋଦି ସରକାର
୭. ଅର୍ଥାତ କୃଷକଙ୍କୁ ବର୍ଷକୁ ଅତିରିକ୍ତ ୨ ହଜାର ଟଙ୍କା ମିଳିପାରେ
୮. କୃଷକଙ୍କ ପ୍ରତିବର୍ଷ ୪ ମାସ ଅନ୍ତରରେ ୩ କିସ୍ତରେ ମିଳୁଛି ୨ ହଜାର ଲେଖାଁଏ ଟଙ୍କା
୯. ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯାଉଛି
୧୦. ଜାନୁଆରୀ-୨୦୨୨ରେ ୧୦ କୋଟି କୃଷକଙ୍କ ବ୍ୟାଙ୍କ ଆକାଂଉଟକୁ ୨୦ ହଜାର କୋଟି ଟଙ୍କା ଯାଇଛି