କନକ ବ୍ୟୁରୋ : ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହା ପୂର୍ବରୁ ବଜେଟ୍ ନେଇ ଅଭିଭାଷଣ ରଖୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସମସ୍ତଙ୍କ ଉନ୍ନତି ସରକାରଙ୍କ ଉଦ୍ଦେଶ୍ୟ । ଦ୍ରୁତ ଗତିରେ ସୁଦୃଢ ହେଉଛି ଭାରତର ଅର୍ଥନୀତି । ଘରୋଇ ନିବେଶ ପ୍ରୋତ୍ସାହନ ସରକାରଙ୍କ ଲକ୍ଷ୍ୟ ରହିଛି । ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ଆଗାମୀ ଦିନରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯିବ ।

Advertisment

ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ୬୦ ଲକ୍ଷ ନୂଆ ଚାକିରି ଦିଆଯିବ । ୩୦ ଲକ୍ଷ ଅତିରିକ୍ତ ନିଯୁକ୍ତି ଆମର ଲକ୍ଷ୍ୟ ରଖାଯାଇଛି । ଏଲଆଇସିର ଆଇପିଓ ଖୁବ ଶୀଘ୍ର ଆସିବ । ଆଗାମୀ ୧୦୦ବର୍ଷ ପାଇଁ ଭିତ୍ତିଭୂମି ବିକାଶ କରାଯିବ । ପ୍ରଦୂଷଣମୁକ୍ତ ଇନ୍ଧନକୁ ପ୍ରଥାମିକତା ଦିଆଯିବ । ଆଇଟି ଓ ପ୍ରାଇଭେଟ୍ ସେକ୍ଟରକୁ ପ୍ରତ୍ସାହିତ କରାଯିବ । ୭ଟି ଇଞ୍ଜିନ୍ ଉପରେ ଦେଶର ଅର୍ଥନୀତି ଦୌଡିବ । ଚଳିତ ବର୍ଷରୁ ଇ-ପାସପୋର୍ଟ ବ୍ୟବସ୍ଥା ଆରମ୍ଭ ହେବ । ଅର୍ବାନ ପ୍ଲାନିଂ ପାଇଁ ଉଚ୍ଚସ୍ତରୀୟ କମିଟି ତିଆରି ହେବ ।