କନକ ବ୍ୟୁରୋ : କିଛି ସମୟ ପରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବାକୁ ସାଧାରଣ ଲୋକଙ୍କୁ ସୁହାଇଲ ଭଳି କିଛି ଘୋଷଣା ବି ବଜେଟରେ ହୋଇପାରେ । ଏହାଛଡା କେଉଁ ଜିନିଷ ଶସ୍ତା ହେବ ଓ କେଉଁ ଜିନିଷ ମହଙ୍ଗା ହେବ ସେ ଉପରେ ସାଧାରଣ ଲୋକଙ୍କ ନଜର ରହିଛି । ଦରବୃଦ୍ଧି, କୃଷିକ୍ଷେତ୍ର, ଆତ୍ମନିର୍ଭର ଭାରତ, ପ୍ରତିରକ୍ଷା ଓ ଆୟକର ସ୍ଲାବ ଉପରେ କି ଘୋଷଣା ହେଉଛି ସାରା ଦେଶର ନଜର ରହିଛି ।

Advertisment

୨୦୨୨-୨୩ ଆର୍ଥିକବର୍ଷ ପାଇଁ ଆସିବ ବଜେଟ୍ : -

- ଗ୍ରାମାଂଚଳ ବିକାଶ, ରୋଜଗାରକୁ ମିଳିପାରେ ଗୁରୁତ୍ୱ
- ଏଥର ବଜେଟରେ ବ୍ୟୟବରାଦ ୧୪% ବୃଦ୍ଧି ସମ୍ଭାବନା
- ବିଶେଷ ପରିବର୍ତ୍ତନ ହୋଇନପାରେ ଟିକସ ହାର
- ସଂପତ୍ତି ବିକ୍ରି, ପୁଞ୍ଜି ପ୍ରତ୍ୟାହାରରୁ ପାଣ୍ଠି ସଂଗ୍ରହ ସମ୍ଭାବନା
- ଋଣ ଜରିଆରେ ପାଣ୍ଠି ଯୋଗାଡ଼ କରିପାନ୍ତି ସରକାର
- ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ବଢିପାରେ ବ୍ୟୟବରାଦ
- କୃଷି, ଗ୍ରାମୀଣ ବିକାଶ ଓ ରୋଜଗାରକୁ ମିଳିପାରେ ଗୁରୁତ୍ୱ
- ନିର୍ବାଚନକୁ ଆଖିରେ ରଖି ଖର୍ଚ୍ଚ ଉପରେ ଜୋର ସମ୍ଭାବନା
- ଲୋକଭିମୁଖୀ ଯୋଜନାରେ ବଢିପାରେ ବ୍ୟୟବରାଦ
- ବେଜଟରେ ବଢ଼ିପାରେ ଆୟକର ଛାଡ଼ ସୀମା
- ଚାଷୀଙ୍କୁ ଖୁସି କରିବା ପାଇଁ ହୋଇପାରେ ବଡ଼ ଘୋଷଣା
- ଘରୋଇ ନିବେଶ ବଢ଼ାଇବାକୁ ଦିଆଯାଇପାରେ ଗୁରୁତ୍ୱ
- ସହରାଂଚଳ ଗରିବଙ୍କ ପାଇଁ ମନରେଗା ଭଳି ଯୋଜନା ସମ୍ଭାବନା
- ପ୍ରତିରକ୍ଷା ଓ ରେଳ ଭିତ୍ତିଭୂମିକୁ ମିଳିପାରେ ଅଧିକ ଗୁରୁତ୍ୱ

ଅର୍ଥନୈତିକ ସର୍ଭେ ରିପୋର୍ଟ : -
- ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ
- ୨୦୨୨-୨୩ ପାଇଁ ୮-୮.୫ ପ୍ରତିଶତ ଅଭିବୃଦ୍ଧି ଆକଳନ
- କୃଷି କ୍ଷେତ୍ରରେ ୩.୯ ପ୍ରତିଶତ ଅଭିବୃଦ୍ଧି ଅନୁମାନ
- ଶିଳ୍ପ ଅଭିବୃଦ୍ଧି ୧୧.୮% ଓ ସେବା କ୍ଷେତ୍ରରେ ୮.୨% ଆକଳନ