କନକ ବ୍ୟୁରୋ : -

  • ବିଦେଶୀ ଛତା କିଣିବା ମହଙ୍ଗା ହେବ । ସେହିପରି ମଦ, ଖାଇବା ତେଲ, ଏଲଇଡି ଲାଇଟ୍ ମହଙ୍ଗା ହୋଇଛି ।
  • ଶସ୍ତା ହେଲା ଚମଡ଼ା ସାମଗ୍ରୀ , କପଡ଼ା, ବିଦେଶରୁ ଆସୁଥିବା ମେସିନ୍, କୃଷି ଉପକରଣ. ମୋବାଇଲ ଫୋନ, ଚାର୍ଜର, ହୀରା ଗହଣା
  • ଜାନୁଆରୀ ମାସରେ ଜିଏସଟି ଆଦାୟ ରେକର୍ଡ କରିଛି । ୧,୪୦,୯୮୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି ।
  • ୫-ଜି ସେବା ପାଇଁ ସ୍ପେକ୍ଟ୍ରମ ନିଲାମୀ ଚଳିତବର୍ଷରୁ ହିଁ କରାଯିବ
  • ପ୍ରତି ଗାଁରେ ପହଞ୍ଚିବ ଅପ୍ଟିକାଲ ଫାଇବର, ଭାରତ ନେଟ ପ୍ରୋଜେକ୍ଟ ଜରିଆରେ ପହଞ୍ଚାଯିବ । ୨୦୨୫ ସୁଦ୍ଧା ଏହା ସମସ୍ତ ଗାଁରେ ପହଞ୍ଚିବ ।
  • ଆୟକର ଛାଡ ସୀମା ଅପରିବର୍ତ୍ତିତ
  • ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ ନାହିଁ କୌଣସି ପରିବର୍ତ୍ତନ
  • କମିଲା କର୍ପୋରେଟ ଟିକସ ହାର
  • ୧୮%ରୁ କମି ୧୫% ହେଲା ଟିକସ ହାର
  • କର୍ପୋରେଟ ଟିକସ ଉପରେ ହ୍ରାସ ହେଲା ସରଚାର୍ଜ, ୭%କୁ ଖସିଲା
  • କର୍ପୋରେଟ ଟିକସ ସୀମା ୧୦ କୋଟିକୁ ବୃଦ୍ଧି
  • ଟ୍ୟାକ୍ସ ବ୍ୟବସ୍ଥାରେ ସୁଧାର ପାଇଁ ନୂଆ ବ୍ୟବସ୍ଥା
  • ଆୟକର ରିଟର୍ଣ୍ଣ ତ୍ରୁଟି ସୁଧାରିବାକୁ ମିଳିବ ସୁଯୋଗ, ୨ ବର୍ଷର ମିଳିବ ମହଲତ
  • ଏନପିଏସରେ କେନ୍ଦ୍ର ଓ ରାଜ୍ୟର ଯୋଗଦାନ ୧୪%କୁ ବୃଦ୍ଧି
  • କର୍ମଚାରୀଙ୍କ ପେନସନରେ ଟ୍ୟାକ୍ସ ଛାଡ ଘୋଷଣା
  • କ୍ରିପଟୋ କରେନ୍ସି ଆୟ ଉପରେ ୩୦% ଟିକସ
  • ଦିବ୍ୟାଙ୍ଗ ପାଇଁ କୋହଳ ହେଲା ଟିକସ
  • ଚଳିତ ବର୍ଷରୁ ଇ-ପାର୍ସପୋର୍ଟ ଜାରି କରାଯିବ । ଏହାଦ୍ୱାରା ସାଧାରଣ ଲୋକଙ୍କୁ ସୁବିଧା ମିଳିବ ।
  • ୫-ଜି ଲଞ୍ଚ ପାଇଁ ସ୍ମିମ ଅଣାଯିବ । ଚଳିତ ବର୍ଷରୁ ହିଁ ୫-ଜି ସେବା ଆରମ୍ଭ ହେବ ।
  • ଡାକଘରେ ଆରମ୍ଭ ହେବ କୋର ବ୍ୟାଙ୍କିଂ ସେବା
  • ଅନଲାଇନ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ, ଏଟିଏମ, ଅନଲାଇନ କାରବାର ସୁବିଧା ମିଳିବ
  • ଏହାଦ୍ୱାରା ଚାଷୀ ଓ ବରିଷ୍ଠ ନାଗରିକଙ୍କୁ ସୁବିଧା ମିଳିବ
  • ଆସିବ ଡିଜିଟାଲ କରେନ୍ସି
  • ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହେବ ଡିଜିଟାଲ କରେନ୍ସି ସେବା
  • ଏହା ଭାରତୀୟ ଅର୍ଥନୀତିକୁ ଯଥେଷ୍ଟ ଆଗକୁ ନେବ
  • ରାଜ୍ୟ ମାନଙ୍କୁ ବିନା ସୁଧରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ
  • ୫୦ ବର୍ଷ ପାଇଁ ବିନା ସୁଧରେ ରାଜ୍ୟକୁ ଋଣ ସୁବିଧା
  • ମହିଳା ଶକ୍ତି ପାଇଁ ୩ ନୂଆ ଯୋଜନା ପ୍ରସ୍ତୁତ
  • ପିଏମ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ ହେବ
  • ଏଥିପାଇଁ ୪୮ ହଜାର କୋଟି ଦିଆଯିବ
  • ହର ଘର ନଳ ଯୋଜନାର ବିସ୍ତାର ହେବ
  • ୩.୮ କୋଟି ପରିବାର ପାଖରେ ପହଞ୍ଚିବ ସୁବିଧା, ଖର୍ଚ୍ଚ ହେବ ୬୦ ହଜାର କୋଟି
  • ଉତ୍ତରପୂର୍ବାଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦୦ କୋଟି
  • ଜାତୀୟ ଟେଲି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ
  • ଏଥିପାଇଁ ୨୩ଟି ଟେଲି ମାନସିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବ
  • ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ଟିଭି
  • ୨ ଲକ୍ଷ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ର ତିଆରି ହେବ
  • ପିଏମ ଇ-ବିଦ୍ୟା ପାଇଁ ୨୦୦ ନୂଆ ଚ୍ୟାନେଲ
  • ଆଇଟିଆଇ ପିଲାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂୟ
  • ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ
  • ରସାୟନ ମୁକ୍ତ ଚାଷକୁ ପୋତ୍ସାହନ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ
  • ଏମଏସପି ଦରରେ ଚାଷୀଙ୍କ ଠାରୁ ରେକର୍ଡ ସଂଖ୍ୟକ ଫସଲ କିଣାଯିବ
  • ଚାଷୀଙ୍କୁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ
  • ୫ ନଦୀଙ୍କୁ ପରସ୍ପର ସହ ଯୋଡାଯିବ
  • ଏମଏସଏମଇ କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହାୟତା
  • ବ୍ୟବସାୟ ଓ ରୋଜଗାର ପାଇଁ ଡିଜିଟାଲ ସ୍କିଲକୁ ବଢାଯିବ
  • ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ
  • ଏହାଛଡା ଅତିରିକ୍ତ ୩୦ ଲକ୍ଷ ନିଯୁକ୍ତି କ୍ଷମତା ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି
  • ଗୋଟିଏ ବର୍ଷରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ
  • ଏଥିପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ
  • ପିଏମ ଗତି ଶକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି
  • ଏହାଦ୍ୱାରା ଭିତ୍ତିଭୂମିର ବିକାଶ ହେବ
  • ଆଇଟି ଓ ଘରୋଇ ସେକ୍ଟରକୁ ପୋତ୍ସାହନ ଦିଆଯିବ
  • ଆଗାମୀ ୩ ବର୍ଷ ମଧ୍ୟରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଗଡିବ
  • ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି
  • ଏୟାର ଇଣ୍ଡିଆର ବିନିବେଶକୁ ପୂରା କରାଯାଇଛି ।
  • ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବୁ, ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ ।
  • ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି ।
  • ୬୦ ଲକ୍ଷ ଚାକିରି ଦିଆଯିବ
  • ୩୦ ଲକ୍ଷ ଅତିରିକ୍ତ ନିଯୁକ୍ତି ଆମର ଲକ୍ଷ୍ୟ
  • ଏଲଆଇସିର ଆଇପିଓ ଖୁବ ଶୀଘ୍ର ଆସିବ
Advertisment

ସଂସଦରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କଲେ ବଜେଟ । କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । 

କ୍ୟାବିନେଟ ବୈଠକରେ କେନ୍ଦ୍ର ବଜେଟକୁ ମିଳିଲା ମଞ୍ଜୁରି, ଖୁବଶୀଘ୍ର ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ସରିଲା କ୍ୟାବିନେଟ ବୈଠକ, ଆଉ କିଛି ସମୟ ପରେ ସଂସଦରେ ଆଗତ ହେବ କେନ୍ଦ୍ର ବଜେଟ୍ ।

ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଆରମ୍ଭ ହେଲା କ୍ୟାବିନେଟ ବୈଠକ । କ୍ୟାବିନେଟ ମଞ୍ଜୁରି ପରେ ସଂସଦରେ ଆଗତ ହେବ ବଜେଟ । 

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ କିଛି ସମୟ ପରେ ଉପସ୍ଥାପନ କରିବେ ବଜେଟ ୨୦୨୨-୨୩ ।

ବଜେଟ ଆଗତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ଟିମ୍ । 

ଆଉ କିଛି ସମୟ ପରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଗତ ହେବ ବଜେଟ । ତେବେ ବଜେଟ ଆଗତ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିବେ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ତାଙ୍କ ଟିମ୍ । ପାରମ୍ପରିକ ବହି ଖାତା ବଦଳରେ ଚଳିତଥର ଟାବଲେଟ ଧରି ବାହାରିଛନ୍ତି ଅର୍ଥମନ୍ତ୍ରୀ । ଯେଉଁଥିରେ ବଜେଟର ଡିଜିଟାଲ କପି ରହିଛି । ତେଣୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତଥର ଡିଜିଟାଲ ବଜେଟ ଉପସ୍ଥାପନ କରିବେ ।

ନଜର ପକାନ୍ତୁ ବଜେଟରେ କାହାକୁ ଅଧିକ ଗୁରୁତ୍ୱ ଦିଆଯାଇପାରେ...
୧. ଫୋକସରେ ରହିପାରେ କୃଷି, କୃଷକ ଓ ଏମଏସଏମଇ
୨. ବଢିପାରେ ପିଏମ କିଷାନ ସମ୍ମାନ ନିଧିର ପାଣ୍ଠି
୩. ବଜେଟରେ କିଷାନ ପେନସନ ଯୋଜନାକୁ ବିସ୍ତାର କରାଯାଇପାରେ
୪. ବଜେଟରେ ମନରେଗାର ଫଣ୍ଡ ବଢାଯାଇପାରେ
୫. ମଧ୍ୟମ ବର୍ଗ ପାଇଁ କିଛି ଘୋଷଣା ହୋଇପାରେ, ଆୟକର ସୀମା ବଢିବା ସମ୍ଭାବନା
୬. ଇଲୋଟ୍ରୋନିକ୍ସ ସାମଗ୍ରୀର ଆମଦାନୀ ଶୁଳ୍କ ହ୍ରାସ ସମ୍ଭାବନା
୭. ଭୋଟ ହେଉଥିବା ରାଜ୍ୟଗୁଡିକ ପ୍ରତି ଖାସ ଦୃଷ୍ଟି ଦିଆଯାଇପାରେ
୮. କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ କିଛି ବଡ ଘୋଷଣା ସମ୍ଭାବନା, କରୋନାରେ ଏହି ଶିଳ୍ପ ବେଶୀ ପ୍ରଭାବିତ ହୋଇଛି ।
୯. ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାକୁ ବଡ ଘୋଷଣା ହୋଇପାରେ
୧୦. ଧନୀ ଶ୍ରେଣୀ ପାଇଁ ସରଚାର୍ଜକୁ ବଢାଯାଇପାରେ

ଆଜିର ବଜେଟରେ କୃଷକଙ୍କ ମିଳିପାରେ ଅଧିକ ଗୁରୁତ୍ୱ । ନଜର ପକାନ୍ତୁ କେଉଁ ଦିଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ ।
୧ କୃଷକଙ୍କୁ ଶସ୍ତା ଋଣ ଦେବା ପାଇଁ ନୂଆ କୃଷି ଲୋନ ସ୍କିମ ଅଣାଯାଇପାରେ
୨. ନାବାର୍ଡ ଦ୍ୱାରା ବିନା ସୁଧରେ ୧ ଲକ୍ଷ ଯାଏଁ କୃଷିଋଣ ଦେବାକୁ ହୋଇପାରେ ଘୋଷଣା
୩. ୨୦୧୯ ନିର୍ବାଚନରେ ବିଜେପି ନିଜ ଘୋଷଣାପତ୍ରରେ ବିନା ସୁଧରେ ଋଣ ଦେବାକୁ ପ୍ରତିଶ୍ରୃତି ଦେଇଥିଲା
୪.ପିଏମ କିଷାନ ସମ୍ମାନ ନିଧିରେ କୃଷକଙ୍କ ଦିଆଯାଉଥିବା ସହାୟତା ବଢାଯାଇପାରେ
୫ ଏହି ଯୋଜନାରେ ଦିଆଯାଉଥିବା ବାର୍ଷିକ ୬ ହଜାର ଟଙ୍କାକୁ ୮ ହଜାର ଟଙ୍କା କରିପାରନ୍ତି ମୋଦି ସରକାର
୭. ଅର୍ଥାତ କୃଷକଙ୍କୁ ବର୍ଷକୁ ଅତିରିକ୍ତ ୨ ହଜାର ଟଙ୍କା ମିଳିପାରେ
୮. କୃଷକଙ୍କ ପ୍ରତିବର୍ଷ ୪ ମାସ ଅନ୍ତରରେ ୩ କିସ୍ତରେ ମିଳୁଛି ୨ ହଜାର ଲେଖାଁଏ ଟଙ୍କା
୯. ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯାଉଛି
୧୦. ଜାନୁଆରୀ-୨୦୨୨ରେ ୧୦ କୋଟି କୃଷକଙ୍କ ବ୍ୟାଙ୍କ ଆକାଂଉଟକୁ ୨୦ ହଜାର କୋଟି ଟଙ୍କା ଯାଇଛି

ଆଜି ସାଧାରଣ ବଜେଟ୍ ସହ ଆସିବ ରେଳ ବଜେଟ୍ । ଆମ ରାଜ୍ୟର ସାଂସଦ କେନ୍ଦ୍ରରେ ରେଳ ମନ୍ତ୍ରୀ ଥିବାରୁ ଚଳିତ ବର୍ଷ ରେଳବାଇରେ ଓଡ଼ିଶାକୁ ବିଶେଷ ଫାଇଦା ମିଳିବ ବୋଲି ଆଶା କରାଯାଉଛି । ଗତ ବଜେଟରେ ରାଜ୍ୟର ରେଲୱେକୁ ମିଳିଥିଲା ୬ ହଜାର ୯୯୫ କୋଟି ଟଙ୍କା । ଏଥର ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ ।
- ଖୋର୍ଦ୍ଧା ରୋଡ୍- ବଲାଙ୍ଗିର ରେଳ ପ୍ରକଳ୍ପ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ରୂପ ନେଇନାହିଁ
- ଜମି ଅଧିଗ୍ରହଣ, ଜଙ୍ଗଲ ଆଇନ, କ୍ଷତିପୂରଣ ଆଦି ସମସ୍ୟା ନେଇ ପ୍ରକଳ୍ପ କାମ ଧିମେଇ ଯାଇଛି
- ବାଲେଶ୍ୱରରେ ସ୍ୱତନ୍ତ୍ର ରେଳ ଡିଭିଜନ୍ ପ୍ରତିଷ୍ଠା ପାଇଁ ୨ ଦଶନ୍ଧି ଧରି ଦାବି
- ରାୟଗଡ଼ା ନୂଆ ରେଳ ଡିଭିଜନ୍ ପାଇଁ ଅଧିକ ଅର୍ଥ ଆଶା
- ଶିଳ୍ପ କରିଡରକୁ ସଂଯୋଗ ପାଇଁ ରାୟଗଡ଼ା-ଗୋପାଳପୁର ସହ ସର୍ଭେ ସରିଛି
- ଲାଞ୍ଜିଗଡ଼-ତାଳଚେର ରେଳ ଲାଇନ୍ ପାଇଁ ବ୍ୟୟବରାଦ ନେଇ ଆଶା
- ତାଳଚେର-ବିମଳାଗଡ଼ ନୂଆ ରେଳପଥ ପ୍ରକଳ୍ପ ୧୮ ବର୍ଷ ହେବ ଶେଷ ହୋଇନି
- ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବି ପୂରଣ ହୋଇନି