କାଲି ସାଧାରଣ ବଜେଟ୍…ରହିଛି ଦେଶବାସୀଙ୍କ ନଜର: କଣ ରହିବ ବଜେଟର ରୂପରେଖ, ଲୋକଙ୍କୁ ମିଳିବ କେତେ ଫାଇଦା ? କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଆୟକର ଛାଡ ଉପରେ ସମସ୍ତଙ୍କ ନଜର

1,328

କନକ ବ୍ୟୁରୋ: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଫେବ୍ରୁଆରି ୧ ତାରିଖ ଦିନ ୧୧ଟାରେ ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ତଥା କରୋନା ପରେ ପ୍ରଥମ ବଜେଟ । ତେଣୁ ସରକାର କଣ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି । କରୋନା ମହାମାରୀ ପାଇଁ ଉଭୟ ଜୀବନ ଜୀବିକା ପ୍ରଭାବିତ କରିଥିବାରୁ ଆଶା କରାଯାଉଛି । ଉଭୟ ଅର୍ଥନୀତିକୁ ମଜବୁତ କରିବା ସହିତ ଲୋକଙ୍କୁ ରିହାତି ଦେବାଲାଗି ଅର୍ଥମନ୍ତ୍ରୀ ପଦକ୍ଷେପ ନେବେ । ଆଗାମୀ ବଜେଟ୍ ପୂର୍ବ ବଜେଟ ତୁଳନାରେ ଭିନ୍ନ ରହିବ ବୋଲି ପୂର୍ବରୁ ଅର୍ଥମନ୍ତ୍ରୀ କହିସାରିଛନ୍ତି । ସେହି ଦୃଷ୍ଟିରୁ ଆୟକରରେ ଅନେକ ରିହାତି ମିଳିବ ବୋଲି ଆଶା କରାଯାଉଛି ।

ଏଥର ବଜେଟରେ ନୂଆ କ’ଣ?

– ଏଥର ପେପରଲେସ୍ ହେବ କେନ୍ଦ୍ର ବଜେଟ୍ ୨୦୨୧-୨୨
– ଜାନୁଆରୀ ୨୩ରେ ନର୍ଥବ୍ଲକରେ ହୋଇଥିଲା ହାଲୱା ସେରିମନି
– ହାଲୱା ସେରିମନି ପରେ ଆରମ୍ଭ ହୁଏ ବଜେଟ୍ ପୁସ୍ତିକା ଛପା
– କରୋନା ମହାମାରୀ ଯୋଗୁଁ ଛପା ଯାଇନାହିଁ ବଜେଟ୍ ପୁସ୍ତିକା
– ମନ୍ତ୍ରୀ, ସାଂସଦ ମାନଙ୍କୁ ଦିଆଯିବ ଇଲେକ୍ଟୋନିକ ବଜେଟ୍
– ଅର୍ଥାତ ମୋବାଇଲ ଆପରେ ବଜେଟ୍ ଯୋଗାଇ ଦିଆଯିବ
– ଏଥିପାଇଁ ପ୍ରସ୍ତୁତ ହୋଇଛି ୟୁନିୟନ ବଜେଟ୍ ମୋବାଇଲ ଆପ୍
– ସାଧାରଣଲୋକ ମଧ୍ୟ ଏହି ଆପରେ ଦେଖିପାରିବେ ବଜେଟ୍
– ଆପକୁ ପ୍ରସ୍ତୁତ କରିଛି ନ୍ୟାସନାଲ ଇନଫରମେଟିକ୍ସ ସେଂଟର
– ଏଥିରେ ସହାୟତା କରିଛି ଅର୍ଥନୈତିକ ବ୍ୟାପାର ବିଭାଗ
– ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିହେବ ଏହି ଆପ୍
– କେନ୍ଦ୍ର ବଜେଟ୍ ୱେବ ପୋର୍ଟାଲରୁ କରିହେବ ଡାଉନଲୋଡ୍
– ୱେବ ପୋର୍ଟାଲ- www.indiabudget.gov.in

କେନ୍ଦ୍ର ବଜେଟରୁ ଆଶା

– କରୋନାର ଆର୍ଥିକ ଚୋଟ ପରେ କେନ୍ଦ୍ର ବଜେଟକୁ ଅନାଇ ବସିଛି ସବୁକ୍ଷେତ୍ର
– କିନ୍ତୁ ରାଜସ୍ୱ ଆୟ ହ୍ରାସ କାରଣରୁ ସବୁକ୍ଷେତ୍ରକୁ ଦେଇ ହେବନାହିଁ ପ୍ରୋତ୍ସାହନ
– ୨୦୨୧-୨୨ ଆର୍ଥିକ ବଜେଟରେ ଫୋକସରେ ରହିବ କିଛି ବିଶେଷ କ୍ଷେତ୍ର
– କରୋନା ମହାମାରୀ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବାଧ୍ୟ କରିଛି
– କରୋନା କାଳରେ ଏଲଏସିରେ ଚୀନର ଉତ୍ପାତ ପରେ ସୀମାର ସୁରକ୍ଷା ଜରୁରୀ
– କରୋନା ଲକଡାଉନ ପରେ ରୋଜଗାର ପାଇଁ ଅବସର ସୃଷ୍ଟି କରିବାକୁ ହେବ
– ରୋଜଗାର ସୃଷ୍ଟି ପାଇଁ ସ୍ମାର୍ଟ ସିଟି, ମେଟ୍ରୋ ଓ ଆବାସ ଯୋଜନା ପ୍ରାଥମିକତା
– ଆର୍ଥିକ ଗତିବିଧି ବଢାଇବାକୁ ଏହିସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ଜରୁରୀ
– ଏହା ଏମଏସଏମଇ ସମଗ୍ରୀ ଓ ସେବାର ଚାହିଦା ବଢାଇବାରେ ସହାୟକ ହେବ
– ଭିତ୍ତିଭୂମି କ୍ଷେତ୍ରର ବିକାଶ ମଧ୍ୟ ବଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିପାରିବ

ସ୍ୱାସ୍ଥ୍ୟ କ୍ଷେତ୍ର

– ସ୍ୱାସ୍ଥ୍ୟ କ୍ଷେତ୍ର ଓ ସାମାଜିକ ସୁରକ୍ଷା ହେବ ସରକାରଙ୍କ ପ୍ରାଥମିକତା
– ଆଗାମୀ ଦିନରେ କରୋନା ଭଳି ମହାମାରୀର ମୁକାବିଲା ପାଇଁ ଜରୁରୀ
– ଜିଲ୍ଲା ହସ୍ପିଟାଲ, ସିଏଚସି, ପିଏଚସି କ୍ଷମତା ବଢାଇବାକୁ ଦିଆଯିବ ଗୁରୁତ୍ୱ
– ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଡିପିର ୩.୫% ରୁ ବି କମ୍ ଖର୍ଚ୍ଚ ହେଉଛି
– ଏହାକୁ ଅନ୍ୟୁନ ୫%କୁ ଆଣିଲେ ଆଗାମୀ ୧୦ ବର୍ଷର୍ରେ ୧୦% କରିହେବ
– ବିଶ୍ୱର ୧୮୯ଟି ଦେଶରୁ ସ୍ୱାସ୍ଥ୍ୟ ବଜେଟ୍ରେ ଭାରତର ର୍ୟାଙ୍କିଙ୍ଗ ୧୭୯
– ଅର୍ଥନୈତିକ ସର୍ଭେ ରିପୋର୍ଟ: ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବା ପହଂଚି ପାରୁନି
– ଦେଶରେ ହସ୍ପିଟାଲାଇଜେସନ୍ ରେଟ୍ ମାତ୍ର ୪ରୁ ୫ ପ୍ରତିଶତ ରହିଛି
– ସ୍ୱାସ୍ଥ୍ୟ ଭିତ୍ତିଭୂମି, ଇଂଟରନେଟ ଓ ଟେଲିମେଡିସିନକୁ ଗୁରୁତ୍ୱ ଦିଆଯିବ

ସୀମା ସୁରକ୍ଷା

– ସୀମାରେ ଉତ୍ତେଜନାକୁ ଦେଖି ବଢିପାରେ ପ୍ରତିରକ୍ଷା ବେଜଟ୍
– ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ବ୍ୟୟବରାଦ ସମ୍ଭାବନା
– ୮୩ଟି ସ୍ୱଦେଶୀ ତେଜସ ଲଢୁଆ ବିମାନ କିଣିବାକୁ ସରକାର ନିଷ୍ପତ୍ତି କରିଛନ୍ତି
– ପ୍ରତିରକ୍ଷା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ପାଇଁ ଅଧିକ ଖର୍ଚ୍ଚ ହେବ
– ଏଲଓସିରେ ପାକିସ୍ତାନ ପରେ ଏଲଏସିରେ ଚୀନ ଏବେ ନୂଆ ସଂକଟ
– ଚୀନର ବିସ୍ତାରବାଦୀ ନୀତିରେ ରୋକ ଲଗାଇବାକୁ ହେବ ଅଧିକ ଖର୍ଚ୍ଚ
– ସେନାର କ୍ଷମତା ବଢାଇବାକୁ ଅଧିକ ସାମରିକ ଉପକରଣ କିଣାଯାଇପାରେ

ରପ୍ତାନୀକୁ ଅଧିକ ଗୁରୁତ୍ୱ

– ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ ନେଇ ଆମଦାନୀ କମାଇବା ଉପରେ ଗୁରୁତ୍ୱ ସମ୍ଭାବନା
– ସେହିପରି ବିଶ୍ୱ ରପ୍ତାନୀ ବଜାରରେ ଭାଗିଦାରୀ ବଢାଇବାକୁ ହେବ ଘୋଷଣା
– ସରକାରଙ୍କ ଫୋକସରେ ରହିଛି ଗ୍ଲୋବାଲ ଭାଲ୍ୟୁ ଚେନକୁ ବଢାଇବା
– ତେଣୁ ବିଶ୍ୱ ବଜାରରେ ଚାହିଦା ଥିବା କ୍ଷେତ୍ରରେ ଅଧିକ ନିବେଶ ସମ୍ଭାବନା
– ଏଭଳି ଉଦ୍ୟୋଗ ପାଇଁ ଘୋଷଣା ହୋଇପାରେ ଟିକସ ଛାଡ ଓ ସବସିଡି
– ନିର୍ମାଣ କ୍ଷେତ୍ରରେ ଉତ୍ପାଦନ ଆଧାରିତ ଇନସେନଟିଭ ଘୋଷଣା ସମ୍ଭାବନା ରହିଛି

ଗ୍ରାମାଂଚଳ ବିକାଶ ଓ ଏମଏସଏମଇ

– କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଗ୍ରାମାଂଚଳ ଅର୍ଥନୀତି
– କୃଷି ଓ ଏମଏସଏମଇ କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟି ସମ୍ଭାବନା ରହିଛି
– ସେହିପରି ଲୋକଙ୍କ ହାତକୁ ଟଙ୍କା ଗଲେ ଦେଶରେ ଚାହିଦା ବଢିବ
– ଚାହିଦା ବଢିଲେ ଉତ୍ପାଦନ କ୍ଷେତ୍ରରେ ଗତି ଆସିବ ଓ ଅର୍ଥନୀତି ବଢିବ
– ତେଣୁ କୋରନା ମାଡରେ ଦୋହଲି ଯାଇଥିବା ଶିଳ୍ପକୁ ମିଳିପାରେ ପ୍ରୋତ୍ସାହନ
– କୃଷି ଓ ଏମଏସଏମଇ କ୍ଷେତ୍ରରେ ଆକର୍ଷକ ଟିକସ ରିହାତି ଘୋଷଣା ସମ୍ଭାବନା
– ଜିଏସଟକୁ ତର୍କ ସଂଗତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇପାରନ୍ତି ସରକାର
– ଶ୍ରମ ଓ ଭୂମି ସଂଶୋଧନ ନିୟମକୁ ଭଲଭାବେ ଲାଗୁ କରିବା ପାଇଁ ପ୍ରୋତ୍ସାହନ
– କାରବାରକୁ ଅଧିକ ସରଳ କରିବା ସହ ପ୍ରୋତ୍ସାହିତ କରିବାକୁ ପଦକ୍ଷେପ

ପ୍ରଚଳିତ ଆୟକର ବ୍ୟବସ୍ଥା

ନିବେଶ କରୁଥିଲେ
ବାର୍ଷିକ ଆୟ ଆୟକର
୫ ଲକ୍ଷ ଛାଡ଼

ପ୍ରଚଳିତ ଆୟକର ବ୍ୟବସ୍ଥା

– ନିବେଶ କରୁନଥିଲେ
– ବାର୍ଷିକ ଆୟ ଆୟକର
– ୨.୫ ଲକ୍ଷରୁ ୫ ଲକ୍ଷ ୫%
– ୫ ଲକ୍ଷରୁ ୭.୫ ଲକ୍ଷ ୧୦%
– ୭.୫ ଲକ୍ଷରୁ ୧୦ ଲକ୍ଷ ୧୫%
– ୧୦ ଲକ୍ଷରୁ ୧୨.୫ ଲକ୍ଷ ୨୦%
– ୧୨.୫ ଲକ୍ଷରୁ ୧୫ ଲକ୍ଷ ୨୫%
– ୧୫ ଲକ୍ଷରୁ ଅଧିକ ୩୦%

ପ୍ରସ୍ତାବିତ ଆୟକର ବ୍ୟବସ୍ଥା

ନିବେଶ କରନ୍ତୁ ବା ନକରନ୍ତୁ
ବାର୍ଷିକ ଆୟ ଆୟକର
୫ ଲକ୍ଷ ଛାଡ଼

ପ୍ରସ୍ତାବିତ ଆୟକର ବ୍ୟବସ୍ଥା

ନିବେଶ କରୁନଥିଲେ
ବାର୍ଷିକ ଆୟ ଆୟକର
୧୦ ଲକ୍ଷ ୧୦%
୧୦ ଲକ୍ଷରୁ ୨୦ ଲକ୍ଷ ୨୦%
୨୦ ଲକ୍ଷରୁ ୨ କୋଟି ୩୦%
୨ କୋଟିରୁ ଅଧିକ ୩୫%

ଅର୍ଥନୈତିକ ସର୍ଭେ ରିପୋର୍ଟ

– ପ୍ରତିବର୍ଷ ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୁଏ
– ଏଥିରେ ଥାଏ ଗତ ଗୋଟିଏ ବର୍ଷରେ ଦେଶର ଅର୍ଥନୀତିରେ ଆସିଥିବା ବିକାଶର ସମୀକ୍ଷା
– ଗତବର୍ଷ ହୋଇଥିବା ବିକାଶ କାମ ଓ ସରକାରଙ୍କ ଯୋଜନା କେତେ ସଫଳ ହୋଇଛି
– ଅର୍ଥନୀତିର ପୂର୍ବାନୁମାନ, ନୀତି ଏବଂ ଆଗକୁ ଥିବା ଚ୍ୟାଲେଞ୍ଜ ବିଷୟରେ ସୂଚନା ଥାଏ
– ବେଳେବେଳେ ଏହାରି ଆଧାରରେ ଜଣାପଡେ ସରକାରଙ୍କ ବଜେଟ୍ କିଭଳି ହେବ
– କୌଣସି ଦେଶର ଅର୍ଥନୀତି ପାଇଁ ଥର୍ମୋମିଟର ଭଳି ହୋଇଥାଏ ଜିଡିପି ଅଭିବୃଦ୍ଧି
– ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୨୦-୨୧ରେ ଜିଡିପି ରହିବ ମାଇନସ ୭.୭%
– କରୋନା ମହାମାରୀର ସଂକଟ ଭିତରେ ଏହାର ସଂକେତ ବହୁ ପୂର୍ବରୁ ମିଳି ସାରିଥିଲା
– ଅପେକ୍ଷା ଥିଲା ଏହାର ପରବର୍ତୀ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ଆକଳନ କଣ ରହିବ
– ସର୍ଭେ ରିପୋର୍ଟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ରହିବ ୧୧%
– ଯଦି ଏହା ସମ୍ଭବ ହେଲା ତେବେ ୧୯୯୧ ପରେ ସବୁଠାରୁ ଅଧିକ ଅଭିବୃଦ୍ଧି ହେବ
– ସର୍ଭେ ରିପୋର୍ଟ ଅନୁସାରେ ଦେଶର ଅର୍ଥନୀତିରେ ‘ଠ’ ଆକୃତିରେ ସୁଧାର ଆସୁଛି
– ଅର୍ଥାତ କରୋନା ମହାମାରୀ ଯୋଗୁଁ ପ୍ରଥମ ତ୍ରୈମାସରେ ଜିଡିପି ମାଇନସ ୨୩.୯% ଥିଲା
– କିନ୍ତୁ ପରବର୍ତୀ ସମୟରେ ଏଥିରେ ଦ୍ରୁତ ଗତିରେ ସୁଧାର ଆସୁଥିବା ଦେଖାଯାଉଛି
– କରୋନା ଟିକାକରଣ ଓ ଖାଉଟି ସାମଗ୍ରୀର ଚାହିଦା ବଢିଲେ ଦେଶର ଅର୍ଥନୀତି ଦୌଡିବ

ଅର୍ଥନୀତିର ଅନ୍ୟ ଇଣ୍ଡିକେଟର

– ଫିସ୍କାଲ ଡେଫିସିଟ ବା ବିତ୍ତିୟ ନିଅଂଟକୁ ଜିଡିପିର ୩.୫% ରଖିବାକୁ ଲକ୍ଷ୍ୟ ଥିଲା
– ହେଲେ ଏହା ତା ଉପରକୁ ଯାଇପାରେ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି
– ଗତବର୍ଷ ଅର୍ଥାତ ୨୦୨୦-୨୧ରେ ବିତ୍ତିୟ ନିଅଂଟ ଜିଡିପିର ୪.୬% ଥିଲା
– ସରକାରଙ୍କ ଆୟ ଓ ବ୍ୟୟ ଭିତରେ ଅନ୍ତରକୁ କୁହାଯାଏ ବିତ୍ତିୟ ନିଅଂଟ
– ସେହିପରି ମୁଦ୍ରାସ୍ଫୀତି ଅର୍ଥାତ ମହଙ୍ଗା ଦର ୨୦୨୧-୨୨ରେ ୬.୬% ରହିପାରେ
– ୨୦୨୦-୨୧ରେ କୃଷି କ୍ଷେତ୍ରର ଅଭିବୃଦ୍ଧି ରହିବ ୩.୪%, ପୂର୍ବବର୍ଷ ଏହା ୪% ଥିଲା
– ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଏଥର ମାଇନଓ ୯.୬% ରହିବ, ଗତବର୍ଷ ମଧ୍ୟ ଭଲ ନଥିଲା
– ସେହିପରି ସେବା କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ହାର ମାଇନସ ୮.୮% ରହିବ