ବଜେଟରେ ଶିକ୍ଷା କ୍ଷେତ୍ରକୁ ନେଇ ବଡ଼ ଘୋଷଣା । ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ

ଆଦିବାସୀ ଅଂଚଳରେ ନିର୍ମାଣ ହେବ ୭୫୦ ଏକଲବ୍ୟ ମଡେଲ ସ୍କୁଲ

158

କନକ ବ୍ୟୁରୋ: ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ ଖୋଲିବ । ଆଦିବାସୀ ଅଞ୍ଚଳରେ ଖୋଲିବ ଏକଲବ୍ୟ ସ୍କୁଲ ।  ଏନେଇ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଆଦିବାସୀ ଅଂଚଳମାନଙ୍କରେ ୭୫୮ଟି ଏକଲବ୍ୟ ସ୍କୁଲ ଖୋଲାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିସହିତ ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲାଯିବା ସହ ଉଚ୍ଚଶିକ୍ଷା ପାଇଁ ଗଠନ ହେବ କମିଶନ । ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ୩୫ ହଜାର କୋଟି ଟଙ୍କା ସାଧାରଣ ବଜେଟରେ ଘୋଷଣା କରାଯାଇଛି ।

ଶିକ୍ଷା କ୍ଷେତ୍ରରେ ବଡ଼ ଘୋଷଣା

• ଲେହରେ ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବ
• ଦେଶରେ ୧୦୦ରୁ ଅଧିକ ସୈନିକ ସ୍କୁଲ ଖୋଲାଯିବ
• ୧୫ ହଜାର ସରକାରୀ ସ୍କୁଲର ଉନ୍ନତିକରଣ କରାଯିବ
• ଉଚ୍ଚଶିକ୍ଷା କମିସନ ଗଠନ ହେବ
• ଆଦିବାସୀ ଅଂଚଳରେ ୭୫୦ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହେବ
• ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନ ଆରମ୍ଭ ହେବ
• ଆଂଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ

ସ୍ୱାସ୍ଥ୍ୟକୁ ସରକାରଙ୍କ ଅଗ୍ରାଧିକାର

• ଦେଶରେ ୧୫ଟି ହେଲଥ ଏମରଜେନ୍ସି ସେଂଟର ପ୍ରତିଷ୍ଠା ହେବ
• କୋଭିଡ ଭ୍ୟାକସିନ ପାଇଁ ୩୫ ହଜାର କୋଟି
• ସ୍ୱାସ୍ଥ୍ୟ ସେବା ପାଇଁ ୨.୨୩ ଲକ୍ଷ କୋଟି ବ୍ୟୟବରାଦ
• ଗତ ବଜେଟରୁ ୧୩୭% ଅଧିକ
• ୬ ବର୍ଷରେ ସ୍ୱାସ୍ଥ୍ୟ ଭିର୍ତ୍ତିଭୂମୀର ବିକାଶ ହେବ
• କମର୍ସିଆଲ ଗାଡି ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ
• ୧୦୦ରୁ ଅଧିକ ଦେଶକୁ ଟିକା ଦିଆଯାଉଛି
• ୧୭ ନୂଆ ପବ୍ଲିକ ହେଲଥ ସେଂଟର ଖୋଲିବ

ବ୍ୟାକିଂ ଓ ବୀମା

• ବୀମା କ୍ଷେତ୍ରରେ ୭୪% ଏଫଡିଆଇକୁ ମଂଜୁରୀ
• ବୀମାକ୍ଷେତ୍ରରେ ଏଫଡିଆଇ ୪୯%ରୁ ୭୪%କୁ ବୃଦ୍ଧି
• ସରକାରୀ ବ୍ୟାଙ୍କ ପାଇଁ ୨୦ ହଜାର କୋଟି
• ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରାଯିବ
• ଭାରତୀୟ ଜୀବନ ବୀମା ନିଗମର ଆଇପିଓ ଆସିବ
• ଛୋଟ କମ୍ପାନୀଙ୍କ ପାଇଁ ପ୍ଡେ ଅଫ କ୍ୟାପିଟାଲ ସୀମା ବଢିଲା
• ବିନିବେଶ ପାଇଁ ଆଇନର ସଂଶୋଧନ ହେବ
• ଏମଏସଏମଇ ପାଇଁ ବିଶେଷ ବ୍ୟବସ୍ଥା

ଚାଷୀଙ୍କ ପାଇଁ ବଜେଟରେ କ’ଣ?

• ଏମଏସପି ବ୍ୟବସ୍ଥାରେ ବଡ଼ ପରିବର୍ତନ ହେବ
• କୃଷକଙ୍କୁ ଖର୍ଚ୍ଚର ଦେଢଗୁଣା ଦେବାକୁ ପ୍ରୟାସ
• କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ଲକ୍ଷ୍ୟ
• ଚାଷୀଙ୍କ ପାଇଁ ୭୫ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି
• କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ
• ୭ବର୍ଷରେ ଦୁଇଗଣରୁ ଅଧିକ ଧାନ କିଣାଯାଇଛି
• ୨୦୨୦-୨୧ରେ ଗହମ ପାଇଁ ଦିଆଯାଇଛି ୭୫ ହଜାର କୋଟି
• ୨୦୨୦-୨୧ରେ କପା ପାଇଁ ୧ ହଜାର କୋଟି
• ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଲାଗୁ କରାଯିବ
• ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା