ବଜେଟ୍ ଅଧିବେଶନ ଆରମ୍ଭ । ରାଜ୍ୟପାଳଙ୍କ ଅଭିଭାଷଣ, ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ, ଦିବଙ୍ଗତ ବିଧାୟକ ଓ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀଙ୍କୁ ମନେପକାଇଲେ ପ୍ରଫେସର ଗଣେଶୀ ଲାଲ୍ ।

63

କନକ ବ୍ୟୁରୋ: ଆରମ୍ଭ ହେଲା ବିଧାନସଭା ୨୦୨୧ ବଜେଟ ଅଧିବେଶନ । ପ୍ରଥମେ ବିଧାସଭାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଭାଷଣ ରଖିଛନ୍ତି । କହିଛନ୍ତି କି, ଏହି ଷୋଡ଼ଶ ଓଡ଼ିଶା ବିଧାନସଭାର ଅଧିବେଶନକୁ ସ୍ୱାଗତଜଣାଇ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ଏହି ଅବସରରେ ପବିତ୍ର ଗୃହର ସମସ୍ତ ମାନ୍ୟବର ସଦ୍ୟବୃନ୍ଦ ତଥା ସାରା ଓଡ଼ିଶାବାସୀଙ୍କ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

ବଜେଟ୍ ଅଧିବେଶନର ସ୍ୱାଗତ ଭାଷଣ ପୂର୍ବରୁ ରାଷ୍ଟ୍ରପତି ପ୍ରଣବମୂଖାର୍ଜୀ, ରାଜ୍ୟର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଦିବଙ୍ଗତ ବିଧାୟକଙ୍କ ବିୟୋଗରେ ଗଭୀର ଶୋପ୍ରକାଶ କରିଛନ୍ତି ରାଜ୍ୟପାଳ । ଦିବଂଗତ ପୂର୍ବତନ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଠିକ୍ ସେହିପରି ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବି ଶୋକ ପ୍ରସ୍ତାବ ଆଗତ କରିଥିଲେ ।