ସଂସଦରେ ଅନ୍ତିମ ବଜେଟ୍ ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏକ ଭାବଭଙ୍ଗୀ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ତେବେ ବିଜେପି ସମର୍ଥକ ଏବେ ଏହି ଫଟୋକୁ ଖୁବ୍ ସେୟାର୍ କରିବାରେ ଲାଗିଛନ୍ତି । ଏହି ଫଟୋ କାରଣରୁ ରାହୁଲଙ୍କୁ ଅନେକ ଟ୍ରୋଲର ମଧ୍ୟ ଶିକାର ହେବାକୁ ପଡିଲାଣି । ଏହି ଭାଇରାଲ୍ ଫଟୋରେ ରାହୁଲ ଗାନ୍ଧି ଗୋଟିଏ ହାତକୁ ଗାଲରେ ଦେଇ ଚିନ୍ତାଗ୍ରସ୍ତ ମୁଦ୍ରାରେ ବସିବା ଭଳି ଦେଖାଯାଉଛନ୍ତି । ମୁଣ୍ଡ ଗୋଟିଏ ପଟେ ନଇଁ ପଡିଥିବା ବେଳେ ପାଖରେ ଅନ୍ୟ କଂଗ୍ରେସ ନେତା ବସିଛନ୍ତି । ତେବେ ସୋସିଆଲ୍ ମିଡିଆର କିଛି ୟୁଜର୍ସ ଏହି ଫଟୋଟିକୁ ତାଙ୍କ ନିରାଶା ଏବଂ ହତାସ ହେବା କଥା କହିଛନ୍ତି । ଅନେକ ସଂଖ୍ୟାରେ ଟ୍ୱିଟରରେ ଲୋକମାନେ ଏହି ଫଟୋଟିକୁ ସେୟାର୍ କରିଛନ୍ତି ଏବଂ ବଜେଟର ପ୍ରଶଂସା କରିଛନ୍ତି । ତେବେ କିଛି ଲୋକ ଏହାକୁ ମୋଦିଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି ବି କହିଥିଲେ ।
The expression says it all! 108 Shri-Dumbass rahul gandhi is stunned, he can't even face the mirror 🤣🤣#Budget2019#BudgetForBharat#BudgetForNewIndia#BudgetSession2019https://t.co/mvQLuVaMnf
— Arijit Biswas (@ArejetBiswas) February 1, 2019
ତେବେ କେବଳ ଏଥିରେ ରାହୁଲ ହିଁ ନୁହଁ ମୋଦିଙ୍କୁ ମଧ୍ୟ ଇଙ୍ଗିତ କରି ଲେଖାଯାଇଥିଲା । ଜଣେ ୟୁଜର ଲେଖିଲେ ଯେ ଅନ୍ତିମ ବଜେଟରେ ଯୁବନେତାଙ୍କ ଖାଲି ହାତ ,ଚାଷୀଙ୍କ ସହ ସରକାରଙ୍କ ପରିହାସ,ଚାଷୀଙ୍କ ନ୍ୟୁନତମ ଆୟ ସୁନିଶ୍ଚିତ କରିବା ନାଁରେ ୧୭ ଟଙ୍କା ପ୍ରତିଦିନ ଦେବେ ସରକାର । ଆଉ ଜଣେ ୟୁଜର ସାଏରୀ ଅନ୍ଦାଜରେ ଲେଖିଲେ, ବହୁତ ଡେରୀ କରିଦେଲେ ଆସିବାକୁ ,ସାଡେ ଚାରିବର୍ଷ କେବଳ ନିରାଶା ହିଁ ଦେଲେ ଏବେ ଅନ୍ତିମ ବେଳାରେ ପ୍ରସାଦ ବାଣ୍ଟିଦେଲେ । ମଣ୍ଡଳ ରାମଦେଓ ନାମକ ଜଣେ ୟୁଜର ଲେଖିଲେ ଏଳବର୍ଷର ବଜେଟରେ ୧୦ ବର୍ଷର ମିଛକଥା ,ବହୁସଂଖ୍ୟକ ଭୁମିହୀନ ଚାଷୀ ଏବଂ ଶ୍ରମିକଙ୍କ ପାଇଁ ଏହି ବଜେଟରେ କୌଣସି ବି ସୁବିଧାଜନକ କଥା ନାହିଁ । ପାଞ୍ଚବର୍ଷର ପ୍ରତାଡନା ଏବଂ ପୀଡା ପରେ ଦେଶର ଚାଷୀ,ବ୍ୟାପାରୀ-ବେରୋଜଗାର ଯୁବବର୍ଗ ଏବେ ବିଜେପିରୁ ମୁକ୍ତି ଚାହୁଁଛି ଦେଖଣିଆ ଘୋଷଣା କାହାରିକୁ ଆବଶ୍ୟକତା ନାହିଁ ।
Rahul Gandhi's face 😂😂😂 https://t.co/B834WFK83g
— Manas (@not_dat_guy) February 1, 2019
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Rahul_Modi_147538_730x419-m.jpg)