ଛୋଟ ଓ ଉଠା ଦୋକାନୀଙ୍କୁ ପେନସନ ମିଳିବ । ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ସୁବିଧା ମିଳିବି

242

କନକ ବ୍ୟୁରୋ: ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଲୋକସଭାରେ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଛୋଟ ଉଠା ଦୋକାନୀଙ୍କ ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ ।

ଦେଶର ୩ କୋଟି ଛୋଟ ଓ ଉଠା ଦୋକାନୀଙ୍କୁ ପେନସନ ମିଳିବ । ବାର୍ଷିକ ୧.୫ କୋଟିରୁ କମ କାରବାର କରୁଥିବା ବ୍ୟବସାୟୀଙ୍କୁ ଏହି ପେନସନ ମିଳିବ । ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ପେନସନ ମିଳିବି ।

ଦେଶର ସମସ୍ତଙ୍କୁ ସମାନ ଦରରେ ବିଦ୍ୟୁତ ଦେବାକୁ ୱାନ ନେସନ୍-ୱାନ ଗ୍ରୀଡ ହେବ । ଏହା ସହ ଆମ ସରକାର ଗାଁ ଓ ଗରିବଙ୍କ ପାଇଁ ସମର୍ପିତ ସରକାର ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ନୂଆ ସୋପାନକୁ ଯାଇଛି । ମହାକାଶ ଅଭିଯାନ ଯନ୍ତ୍ରାଂଶ ବିକ୍ରି ପାଇଁ ନୂଆ କମ୍ପାନୀ କରାଯାଇଛି । ତେବେ ଚଳିତ ବଜେଟରେ ରେଳବାଇର ଭିତ୍ତିଭୂମି ବିକାଶ ପାଇଁ ୫୦ ଲକ୍ଷ କୋଟ୍ ।