ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଘୋଷଣା କରିଛନ୍ତି । ସୀତାରମଣ୍ ହେଉଛନ୍ତି ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ପୂର୍ବରୁ ୧୯୭୦ ମସିହାରେ ଇନ୍ଦିରା ଗାନ୍ଧୀ ମଧ୍ୟ ବଜେଟ୍ ଉପସ୍ଥାପନ କରିଥିଲେ । କିନ୍ତୁ ସେ ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ଏବଂ ଅର୍ଥବିଭାଗ ମଧ୍ୟ ତାଙ୍କ ପାଖରେ ହିଁ ଥିଲା ।
#WATCH Delhi: Parents of Finance Minister Nirmala Sitharaman - Savitri and Narayanan Sitharaman - arrive at the Parliament. She will present her maiden Budget at 11 AM in Lok Sabha. #Budget2019pic.twitter.com/Wp3INz7ifN
— ANI (@ANI) July 5, 2019
ଝିଅକୁ ବଜେଟ୍ ଉପସ୍ଥାପନ କରୁଥିବାର ଦେଖିବା ପାଇଁ ଆସିଥିଲେ ବାପାମା’ :
ନିର୍ମଳା ସୀତାରମଣ୍ ହେଉଛନ୍ତି ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ । ଏଭଳି ସମୟରେ ପରିବାର ପାଇଁ ଏହା ଏକ ଗର୍ବର ବିଷୟ ଯେ ଝିଅ ପ୍ରଥମ ବଜେଟ୍ ଉପସ୍ଥାପନ କରିବ । ଏହି ଐତିହାସିକ ସମୟର ସାକ୍ଷୀ ହେବା ପାଇଁ ତାଙ୍କ ପରିବାର ସଦସ୍ୟ ମଧ୍ୟ ସଂସଦ ଭବନ ପହଁଚିଥିଲେ । ନିର୍ମଳା ସୀତାରମଣ୍ ଙ୍କ ବାପା-ମା’ ସଂସଦ ଭବନରେ ବସି ଝିଅକୁ ବଜେଟ୍ ଉପସ୍ଥାପନା କରୁଥିବାର ଦେଖୁଥିଲେ । ଚଳିତଥର ବଜେଟ୍ ର ନାଁ ମଧ୍ୟ ବଦଳି ଯାଇଛି । ବଜେଟର ନୂଆ ନାଁ ଏବେ ‘ଦେଶର ବହି-ଖାତା’ ରହିଛି ।