ଆସିଲା ବଜେଟ୍ ୨୦୧୯ ! ବଜେଟ୍ ଉପସ୍ଥାପନାରେ ରେଲୱେ ଚର୍ଚ୍ଚା , ରେଳବାଇ ବିକାଶ ପାଇଁ ଲାଗୁ ହେବ ପିପିପି ମଡେଲ୍

253

ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିଜ ଭାଷଣରେ ରିଫର୍ମ,ଟ୍ରାନ୍ସଫର୍ମ ଏବଂ ପରଫର୍ମର କଥା କହିଛନ୍ତି । ସରକାରଙ୍କ ଲକ୍ଷକୁ ଉପସ୍ଥାପନ କରି ସେ କହିଥିଲେ ସରକାରଙ୍କ ଆଗାମୀ ବଡ ଲକ୍ଷ ହେଉଛି ଜଳରାସ୍ତାକୁ ଆଗକୁ ନେବା । ଏହା ସହ ୱାନ୍ ନ୍ୟାସନ୍ ଏବଂ ୱାନ୍ ଗ୍ରୀଡ୍ ର ଲକ୍ଷକୁ ନେଇ ଆମେ ଆଗକୁ ବଢୁଛୁ । ଯାହାର ବ୍ଲୁ ପ୍ରିଣ୍ଟ୍ ଏବେ ପ୍ରସ୍ତୁତ କରାଯାଉଛି । ସେ ରେଳବାଇକୁ ନେଇ ମଧ୍ୟ ଏକ ବଡ କଥା କହିଥିଲେ । ସେ ଏନେଇ ଘୋଷଣା କରିଛନ୍ତି ଯେ ସରକାର ରେଳବାଇରେ ପିପିପି ମଡେଲକୁ ଲାଗୁ କରିବାକୁ ଯାଉଛନ୍ତି । ରେଳ ଢାଞ୍ଚାରେ ବିକାଶ କରିବା ପାଇଁ ୫୦ ଲକ୍ଷ କୋଟି ଟଙ୍କାର ନିବେଶର ଆବଶ୍ୟକତା ରହିଛି ।