ବରିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ । ଶୋକ ବ୍ୟକ୍ତକଲେ ପ୍ରଧାନମନ୍ତ୍ରୀ

178

କନକ ବ୍ୟୁରୋ : ବିଶିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିବା ସହ କହିଛନ୍ତି କି ତାଙ୍କର ବିବିଧତାପୂର୍ଣ୍ଣ କୃତିତ୍ୱ ସମାଜର ସବୁ ବର୍ଗର ଲୋକଙ୍କୁ ବାନ୍ଧି ରଖିବାକୁ ଏକ ପ୍ରୟାସ ।

କହିରଖୁ କି ବୁଧବାର ଦିନ ୭୭ ବର୍ଷ ବୟସରେ କୋଲକତାରେ ଦାସଗୁପ୍ତାଙ୍କ ଦେହାନ୍ତ ହୋଇଥିଲା । ସେ ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଥିଲେ । ଦୀର୍ଘଦିନ ଧରି ଗୋଡରେ କିଛି ରୋଗଯୋଗୁଁ ସେ ଚିକିତ୍ସିତ ହେଉଥିଲେ । ପ୍ରତି ସପ୍ତାହରେ ୨ ଥର ନିୟମିତ ଭାବେ ତାଙ୍କର ଡାଇଲୋସିସ୍ ହେଉଥିଲା ।

ବୁଦ୍ଧଦେବ ଦାସଗୁପ୍ତା ଏକାଧାରରେ ଜଣେ ଚଳଚିତ୍ର ନିର୍ଦ୍ଦେଶକ, କବି ଓ ପ୍ରସିଦ୍ଧ ବିଚାରକ ସହ ଜଣେ ସମାଜ ସଂସ୍କାରକ ଥିଲେ । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି ତାଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି କି, “ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ମୃତ୍ୟୁ ଖବର ମୋତେ ଦୁଃଖ ଦେଇଛି, ସେ ତାଙ୍କ କାମ ମାଧ୍ୟମରେ ସର୍ବଦା ସମାଜର ସଂସ୍କାର କଥା ଚିନ୍ତା କରୁଥିଲେ । ତାଙ୍କ ମୃତ୍ୟୁ ଚଳଚିତ୍ର ଦୁନିଆ ପାଇଁ ଏକ ବଡ କ୍ଷତି ପହଂଚାଇଛି ”

ସୂଚନା ଥାଉକି ବୁଦ୍ଧଦେବ ଦାସଗୁପ୍ତାଙ୍କୁ ୫ ଟି ଜାତୀୟ ପୁରସ୍କାର ମିଳିଛି । ‘ବାଧ୍ୟ ବହାଦୁର, ଲାଲ୍ ଦର୍ଜୀ, କାଳ ପୁରୁଷ,’ ଭଳି ସିନେମାରେ ନିର୍ଦ୍ଦେଶନା ଦେଇ ସେ ବେସ୍ ସୁନାମ ଅର୍ଜନ କରିଥିଲେ ।