୫୭ ବର୍ଷ ପରେ ଭାରତକୁ ଫେରିଲା ଦ୍ୱାଦଶ ଶତାଦ୍ଦୀର ବିରଳ ବ୍ରୋଞ୍ଚ ବୁଦ୍ଧ ପ୍ରତିମୂର୍ତ୍ତି ! ନାଳନ୍ଦାରୁ ହୋଇଥିଲା ଚୋରି ।

Advertisment
୫୭ ବର୍ଷ ପରେ ଭାରତକୁ ଫେରିଲା ଦ୍ୱାଦଶ ଶତାଦ୍ଦୀର ବିରଳ ବ୍ରୋଞ୍ଚ ବୁଦ୍ଧ ପ୍ରତିମୂର୍ତ୍ତି ! ନାଳନ୍ଦାରୁ ହୋଇଥିଲା ଚୋରି ।

ବିହାର ସ୍ଥିତ ନାଳନ୍ଦା ସଂଗ୍ରହାଳୟ (ମ୍ୟୁଜିୟମ)ରୁ ଚୋରି ହୋଇ ଲଣ୍ଡନ ଚାଲାଣ ହୋଇ ଯାଇଥିବା ଦ୍ୱାଦଶ ଶତାଦ୍ଦୀର ଏକ ବ୍ରୋଞ୍ଜ ନିର୍ମିତ ବୁଦ୍ଧ ପ୍ରତିମୂର୍ତ୍ତିକୁ ଆଜି ଲଣ୍ଡନ ମେଟ୍ରୋପଲିଟାନ ପୁଲିସ୍ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନଙ୍କ ହାତରେ ପ୍ରତ୍ୟାର୍ପଣ କରିଛନ୍ତି। ଭାରତର ୭୨ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲଣ୍ଡନ୍ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଦ୍ୱାଦଶ ଶତାବ୍ଦୀର ଏହି ବିରଳ ବ୍ରୋଞ୍ଜ ନିର୍ମିତ ବୁଦ୍ଧ ପ୍ରତିମୂର୍ତ୍ତିକୁ ଲଣ୍ଡନ ମେଟ୍ରୋପଲିଟାନ ପୁଲିସ୍ ଭାରତୀୟ ହାଇକମିଶନଙ୍କ ହାତରେ ପ୍ରତ୍ୟାର୍ପଣ କରିଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବିହାର ନାଳନ୍ଦାସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ)ର ମ୍ୟୁଜିୟମରୁ ବିଗତ ୧୯୬୧ ମସିହାରେ ଚୋରି ହୋଇ ଯାଇଥିବା ୧୪ଟି ପ୍ରତିମୂର୍ତ୍ତି ମଧ୍ୟରେ ବୁଦ୍ଧଙ୍କର ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏହି ବ୍ରୋଞ୍ଜ ପ୍ରତିମୂର୍ତ୍ତିଟି ରହିଥିଲା। ପରେ ବିରଳ ପ୍ରତିମୂର୍ତ୍ତିର ଚୋରା ଚାଲାଣକାରୀମାନେ ଏହି ବିରଳ ବୁଦ୍ଧ ପ୍ରତିମୂର୍ତ୍ତିଟିକୁ ଲଣ୍ଡନ୍ ଚାଲାଣ କରି ଦେଇଥିଲେ। ତେବେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଲଣ୍ଡନ୍ରେ ଆୟୋଜିତ ଏକ ବାଣିଜ୍ୟ ପ୍ରତିମୂର୍ତ୍ତିଟିକୁ ନିଲାମ ଉଦ୍ଦେଶ୍ୟରେ ରଖା ଯାଇଥିବା ବେଳେ, ଏହାକୁ ସ୍କଟଲାଣ୍ଡ ୟାର୍ଡ ପୁଲିସ୍ ଜବତ କରିଥିଲେ।

publive-image

ପରେ ଅନୁସନ୍ଧାନରୁ ବୁଦ୍ଧଙ୍କର ଏହି ବିରଳ ପ୍ରତିମୂର୍ତ୍ତିଟି ବିହାର ନାଳନ୍ଦାସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ)ର ମ୍ୟୁଜିୟମରୁ ବିଗତ ୧୯୬୧ ମସିହାରେ ଚୋରି ହୋଇଥିବା ଜଣା ପଡ଼ିଥିଲା। ଏହା ଜଣାପଡ଼ିବା ପରେ, ଏହି ପ୍ରତିମୂର୍ତ୍ତିଟିକୁ ଭାରତ ଫେରାଇଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ଆଜି ଭାରତର ୭୨ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲଣ୍ଡନ୍ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଦ୍ୱାଦଶ ଶତାବ୍ଦୀର ଏହି ବିରଳ ବ୍ରୋଞ୍ଜ ନିର୍ମିତ ବୁଦ୍ଧ ପ୍ରତିମୂର୍ତ୍ତିକୁ ଲଣ୍ଡନ ମେଟ୍ରୋପଲିଟାନ ପୁଲିସ୍ ଭାରତୀୟ ହାଇକମିଶନଙ୍କ ହାତରେ ପ୍ରତ୍ୟାର୍ପଣ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe