କରୋନା କାଳରେ ଟ୍ରପିଲ ଆଇଟି ଛାତ୍ରଙ୍କ କମାଲ । ରୋଗୀଙ୍କୁ ଶସ୍ତାରେ ଭେଂଟିଲେଟର ସୁବିଧା ଯୋଗାଇ ଦେବା ପାଇଁ ଆବିଷ୍କାର କଲେ ବବଲ୍ ହେଲମେଟ : ଚିକିତ୍ସା ଉପକରଣ ଭାବେ ବ୍ୟବହାର କରିହେବ ବୋଲି ପିଲାଙ୍କ ଦାବି

239

କନକ ବ୍ୟୁରୋ : ଇଏ ହେଉଛି ସେହି ହେଲମେଟ୍ । ଯାହା ଏବେ ଚିକିତ୍ସା ଉପକରଣ ଭାବେ ବ୍ୟବହାର ହୋଇପାରେ । ଏହି ଉପକରଣର ନାଁ ରଖଯାଇଛି ସ୍ୱାସନର୍ ବା ବବଲ୍ ହେଲମେଟ୍ । ଏହା ଠିକ୍ ଭେଂଟିଲେଟରର ବିକଳ୍ପ ଭାବେ କାମ କରିବ ବୋଲି ଦାବି କରିଛନ୍ତି ଏହାକୁ ଆବିଷ୍କାର କରିଥିବା ଟ୍ରିପଲର କିଛି ଇଂଜିନୟରିଂ ଛାତ୍ର । ଏହି ହେଲମେଟ ଅମ୍ଲଜାନ ଆବଶ୍ୟକ କରୁଥିବା ରୋଗୀଙ୍କୁ ପିନ୍ଧାଇ ସ୍ୱାସକ୍ରିୟାକୁ ସ୍ୱାଭାବିକ କରିହେବ ବୋଲି ଦାବି କହିଛନ୍ତି ଏହାକୁ ଆବିଷ୍କାର କରିଥିବା ଛାତ୍ର ।

ସାଧାର ହେଲମେଟ୍ ଭଳି ଏହା ମୁଣ୍ଡରେ ପିନ୍ଧାଯାଏ । କିନ୍ତୁ ଏହାର ଉପର ଅଂଶରେ ଦୁଇଟି ଭଲବ୍ ଲାଗିଛି । ଯାହା ସହାୟତାରେ ସୁଦ୍ଧ ଅମ୍ଲଜାନ ଯାଇପାରିବ, ଯାହାକୁ ରୋଗୀ ଅନାୟାସରେ ଗ୍ରହଣ କରିପାରିବେ । କରୋନା କାଳରେ ଯେତେବେଳେ ଆମେ ଭେଂଟିଲେଟର ଭଳି ଚିକିତ୍ସା ଉପକରଣର ଅଭାବ ଦେଖାଯାଉଛି, ସେତେବେଳେ ଏଭଳି ଉପହରଣ ବେଶ ସହାୟକ ହେବ ବୋଲି କୁହାଯାଉଛି ।

ଏହି ଭଳି ବବଲ୍ ହେଲମେଂଟ ବିଦେଶରେ ମଧ୍ୟ ବ୍ୟବହାର ହୋଇଛି । ଏମିତି କି ସିକାଗୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣା ଅଧାରାରେ ଏହି ହେଲମେଟ୍ ପ୍ରସ୍ତୁତ କରିଛନ୍ତି ଏହି ଟ୍ରିପଲ ଆଇଟିର କିଛି ଇଂଜିନିୟରିଂ ଛାତ୍ର ।

ଟ୍ରିପଲ ଆଇଟିର ଛାତ୍ର ତପସ୍ୱିନ୍ ପାଢ଼ୀ, ସାଇ ସମ୍ବିତ ନାୟକ, ସିଦ୍ଧାର୍ଥ ନାୟକ, ଅନନ୍ୟ ଅପ୍ରମେୟ, ଜିଭିତେସ ଦେବତା, ବିଟଳ ଗୁପ୍ତା, ନନ୍ଦକିଶୋର ଗୁପ୍ତା, ଦିବ୍ୟଜୋତି ଦାସ ଓ ସୋଭିତ୍ ମିତ୍ରା ଲକ୍ଡ଼ାଉନ୍ ସମୟରେ ଏହି ବବଲ ହେଲମେଂଟ ନିର୍ମାଣରେ କାମ କରିଥିଲେ । ଏଥିରେ ପ୍ରକଳ୍ପର ମାର୍ଗଦର୍ଶକ ଡ଼କ୍ଟର ସୂରଜ ଶର୍ମା, ଡ଼କ୍ଟର ଜିତେନ୍ଦ୍ର ରାୟ, ସିଦ୍ଧାର୍ଥ ଭଟାର୍ ଏବଂ ଅଶୋକ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।