ଭୁବନେଶ୍ୱର ବିନ୍ଦୁ ସାଗରକୁ ଡ଼େଇଁ ଆତ୍ମହତ୍ୟା କଲେ ବି-ଟେକ୍ ଛାତ୍ର । ଆର୍ଥିକ ଅନଟନରୁ ମାନସିକ ଚାପରେ ଥିବା କହିଲେ ସମ୍ପର୍କୀୟ ।

258

କନକ ବ୍ୟୁରୋ : ଭୁବନେଶ୍ୱର ବିନ୍ଦୁ ସାଗରରୁ ଜଣେ ବିଟେକ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିବା ଛାତ୍ର ଜଣକ ଆର୍ଥିକ ସମସ୍ୟା ଯୋଗୁଁ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ । ତେବେ ଗତକାଲି ଇନଷ୍ଟାଗ୍ରାମରେ ଏକ ସୁଇସାଇଡ ନୋଟ ଲେଖି ରାତିରେ ବିନ୍ଦୁ ସାଗରକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ବିନ୍ଦୁସାଗରରୁ ଯୁବକଙ୍କ ମୃତଦେହ ଉଦ୍ଧାର । କଲେଜ ଫି’ ଦେଇନପାରି ପ୍ରାଣ ହାରିଲେ ବିଟେକ୍ ଛାତ୍ର! ଭୁବନେଶ୍ୱର ବିନ୍ଦୁସାଗରରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଓଲଡଟାଉନ ଅଂଚଳର ବିଟେକ ଛାତ୍ର ସାଇଶ୍ରୀ ବୋଲି ଚିହ୍ନଟ ହୋଇଛି । ଆତ୍ମହତ୍ୟା ପୂର୍ବରୁ ଇନଷ୍ଟାଗ୍ରାମରେ ସୁଇସାଇଡ ନୋଟ୍ ଲେଖିିଥିଲେ ସାଇଶ୍ରୀ । ତାଙ୍କ ସୁଇସାଇଡ ନୋଟରେ ସେ ଅସହାୟ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡୁଛି । ଶନିବାର ରାତିରୁ ସେ ନିଖୋଜ ଥିବାରୁ ରାତିରେ ବିନ୍ଦୁସାଗରକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଭୁବନେଶ୍ୱରରେ ଏକ ଭଡା ଘରେ ମା ସହ ରହୁଥିଲା ସାଇଶ୍ରୀ । ବାପା ରେଳବାଇ କର୍ମଚାରୀ । କିନ୍ତୁ ମାଆ ସହ ଝଗଡା ପରେ ସାଇଶ୍ରୀ ଓ ତାଙ୍କ ମାଆଙ୍କୁ ପଚାରୁନଥିଲେ କି ପାଖରେ ରହୁନଥିଲେ । ଆର୍ଥିକ ସମସ୍ୟା ଯୋଗୁଁ ଘରଭଡା ଦେବା ଓ ଇଂଜିନିୟରିଂ କଲେଜର ଫି ଦେବାରେ ଅସମର୍ଥ ହୋଇଥିଲେ ସାଇଶ୍ରୀ । ଏପରିକି ଭଡା ନଦେବାରୁ ଘର ମାଲିକ ତାଙ୍କ ସାମଗ୍ରୀ ବିକି ଦେବାକୁ ଧମକ ଦେଇଥିଲେ ବୋଲି କହୁଛନ୍ତି ସମ୍ପର୍କୀୟ ।