କନକ ବ୍ୟୁରୋ : ଆଦିବାସୀ ଅଂଚଳରେ ନିର୍ବାଚନ ଲଢୁଛନ୍ତି ବିଟେକ୍ ପାସ୍ କରିଥିବା ଯୁବକ । ରାୟଗଡ଼ା ବିଷମକଟକ ବ୍ଲକ ଅନ୍ତର୍ଗତ ବୁଡୁଣି ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ଅକ୍ଷୟ ହିକକା ସମିତି ସଭ୍ୟ ପାଇଁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ନିଜ ସମ୍ପ୍ରଦାୟ ଓ ଅଂଚଳର ଉନ୍ନତି ପାଇଁ ତ୍ରିସ୍ତରୀୟ ନିର୍ବାଚନରେ କାଙ୍କୁବାଡ଼ି ପଂଚାୟତର ସମିତିସଭ୍ୟ ପାଇଁ ରାଜନୀତିରେ ପ୍ରବେଶ କରିଛନ୍ତି ।
ତେବେ ଆଗାମୀ ଦିନରେ ଲୋକଙ୍କ ସେବା କରିବା ସହ ଆଂଚଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟ ପଟେ ଉଚ୍ଚ ଶିକ୍ଷିତ ଯୁବକ ଜଣକ ନିର୍ବାଚନ ଲଢ଼ୁଥିବାରୁ ଗ୍ରାମ ବାସୀ ତଥା ଅଂଚଳବାସୀ ବେଶ ଗର୍ବିତ ହେବାସହ ସେମାନଙ୍କ ଆଶା ପୂରଣ ହେବ ବୋଲି କହିଛନ୍ତି । ନାମାଙ୍କନ ଦାଖଲ କରିବା ପରେ ଏବେ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/vlcsnap-2022-01-28-09h32m34s345.png)