ବାୟା କରୁଛି ବି.ଟେକ୍ ବିରିୟାନି । ନାଁ ଅଜବ, ଟେଷ୍ଟ ଗଜବ । ବାଲିଯାତ୍ରା ଭିଡ ଭିତରୁ ଷ୍ଟଲ ଆଡକୁ ବାନ୍ଧିନେଉଛି ବିଟେକ୍ ବିରିୟାନି ।

782

କନକ ବ୍ୟୁରୋ : ବାଲିଯାତ୍ରା ବୁଲାବୁଲିରେ ଆପଣଙ୍କୁ ଅନେକ ମଜା ନେଉଥିବେ । ଦେଶର କୋଣ ଅନୁକୋଣର ପ୍ରସିଦ୍ଧ ସୁସ୍ୱାଦୁ ଖାଦ୍ୟ ମଧ୍ୟ ଖାଉଥିବେ । ସେ ଆମିଷ ହେଉ କି ନାରିମୀଷ, ଭିନ୍ନ ଭିନ୍ନ ଖାଦ୍ୟର ମଜା ଆପଣ ନିଶ୍ଚିତ ନେଉଥିବେ । କିନ୍ତୁ ବାଲିଯାତ୍ରା ଭିଡ ଓ ମାଳ ମାଳ ଷ୍ଟଲ ଭିତରେ ଏମିତି ଏକ ନିଆରା ଷ୍ଟଲ ଅଛି, ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଛି ।

ବି.ଟେକ୍ ବିରିୟାନି । ନାଁଟି ଶୁଣି ହୁଏତ ଆପଣଙ୍କୁ ଅଜବ ଲାଗୁଥାଇପାରେ । କିନ୍ତୁ ଏକ ବିରିୟାନୀ ଷ୍ଟଲ ର ନାଁ ବି.ଟେକ୍ ବିରିୟାନି । ସ୍ୱାଦିଷ୍ଟ ବିରିୟାନୀ ପ୍ରସ୍ତୁତ ଠାରୁ ଆରମ୍ଭ କରି ଲୋକଙ୍କୁ ପରସିବା ପର୍ଯ୍ୟନ୍ତ ସବୁ କିଛି କାମ କରୁଥିବା ପିଲାମାନେ ହେଉଛନ୍ତି ଜଣେ ଜଣେ ବିଟେକ୍ ଛାତ୍ର । ତେବେ ହଠାତ ବି-ଟେକରୁ ବିରିୟାନି ବ୍ୟବସାୟ କେମିତି ଆପଣେଇଲେ, ସେନେଇ ଶୁଣନ୍ତୁ କଣ କହୁଛନ୍ତି ଏହି ବି-ଟେକ୍ ପିଲାମାନେ ।

ସବୁଠାରୁ ବଡ କଥା ହେଉଛି, ଏହି ଷ୍ଟଲର ନାଁ ହିଁ ଗ୍ରାହକଙ୍କୁ ବିରିୟାନି ଖାଇବାକୁ ଆକୃଷ୍ଟ କରୁଛି । ଆଉ ଯିଏ ଏହି ବିଟେକ୍ ବିରିୟାନି ଥରେ ଖାଉଛନ୍ତି, ବାଲିଯାତ୍ରାରେ ବିରିୟାନିର ଗୁଣଗାନ କରୁଛନ୍ତି । ଆଉ ଏହି ହାଇଟେକ୍ ଯୁଗରେ ଏହି ବିଟେକ୍ ବିରିୟାନିର ନାଁ ସୋସିଆଲ୍ ମିଡିଆରେ ଏବେ ବଡ ଖବର ପାଲଟିଛି ।