ଲୁଣି ଅଞ୍ଚଳରେ ସମସ୍ତଙ୍କ ପାଇଁ ମିଠା ପାଣି । ପୁରୀ ଓ ଗଞ୍ଜାମ ଜିଲ୍ଲା ପାଇଁ  ‘ବସୁଧା’ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।

ଉପକୃତ ହେବେ ୧୪ ପଞ୍ଚାୟତର ୧୪୭ଟି ଗାଁ ।

311

କନକ ବ୍ୟୁରୋ: ‘ବସୁଧା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଠାରୁ ଏହି ଯୋଜନାର ଉଦଘାଟନ କରିଛନ୍ତି ନବୀନ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଂଚଳରେ ବସୁଧା ଯୋଜନାରେ ମିଠା ପିଇବା ପାଣି ପାଇଁ ଯୋଜନା  । ଏହି ଯୋଜନାରେ ପୁରୀ ଜିଲ୍ଳାର କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ଗଞ୍ଜାମ ଓ ପୁରୀ ଜିଲ୍ଲାର ମୋଟ୍ ୧୪୭ଟି ଗାଁକୁ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ପାଖାପାଖି ୧୮୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଏହି ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେବ ।  ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଏହି ବସୁଧା ଯୋଜନାରେ ୧୪୭ଟି ଗାଁ ଉପକୃତ ହେବେ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ ବ୍ରହ୍ମଗିରି ଅଂଚଳରେ ବିଶୁଦ୍ଧ ପାଣି ପିଇବା ପାଇଁ ଅନେକ ଦିନରୁ ଚାହିଁ ବସିଥିଲେ । ଦୀର୍ଘ ଦିନ ପରେ ସ୍ୱପ୍ନ ପୁରଣ ହେଉଥିବାରୁ ଅଂଚଳବାସୀ ଉତ୍ସାହିତ ଅଛନ୍ତି ।  ତେବେ ଏହାକୁ ନେଇ ବ୍ରହ୍ମଗିରି ବିଧାୟକ କହିଛନ୍ତି ଏହା ଏକ ଐତିହାସିକ ମୁହୂର୍ତ୍ତ । ତେବେ ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୧୮୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି  ବ୍ରହ୍ମଗିରି ବିଧାୟକ ।