କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି ତରଫରୁ ଏକ ବଡ ଘୋଷଣା କରାଯାଇଛି । ଦଳ ତରଫରୁ କୁହାଯାଇଛି କି ବିଏସପି ସୁପ୍ରିମୋ ମାୟାବତୀ ଚଳିତ ବିଧାନସଭା ନିର୍ବାଚନ ଲଢିବେ ନାହିଁ । କେବଳ ମାୟାବତୀ ନୁହଁନ୍ତି , ଦଳର ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ବି ଚଳିତ ବିଧାନସଭା ନିର୍ବାଚନ ଲଢିବେ ନାହିଁ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

Advertisment

ଏନେଇ ଦଳର ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା କହିଛନ୍ତି କି ଦଳର ସୁପ୍ରିମୋ ମାୟାବତୀ ନିର୍ବାଚନ ନ ଲଢି ନିର୍ବାଚନ ଲଢାଇବାରେ ସହାୟକ ହେବେ    । ଏହା ସହ ସେ ନିଜେ (ସତୀଶ ଚନ୍ଦ୍ର ମିଶ୍ରା) କହିଛନ୍ତି କି ସେ ନିଜେ ଓ ତାଙ୍କ ପରିବାରର କୌଣସି ସଦସ୍ୟ ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ।
ଅନ୍ୟପଟେ ମାୟାବତୀ ନିର୍ବାଚନ ଲଢୁ ନଥିଲେ ବି ଏଥର ୟୁପିରେ ବିଏସପି ସରକାର ଗଠନ କରିବ ବୋଲି ସତୀଶ ଚନ୍ଦ୍ର ଦାବି କରିଛନ୍ତି । ବିଜେପି ଓ ସମାଜବାଦୀ ପାର୍ଟି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ସତୀଶ ଚନ୍ଦ୍ରା କହିଛନ୍ତି । ଅନ୍ୟପଟେ ଚଳିତ ନିର୍ବାଚନରେ ବିଏସପି ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ୟୁପି ରାଜନୀତିରେ ସବୁ ରାଜନୈତିକ ଦଳମାନେ ବ୍ରାହ୍ମଣ ଭୋଟ ଉପରେ ନଜର କରିଥିବା ବେଳେ ସତୀଶ ମିଶ୍ରା ବ୍ରାହ୍ମଣ ଭୋଟକୁ ନେଇ ନୂଆ ହିସାବ ଦେଇଛନ୍ତି । ସେ କହିଛନ୍ତି କି, ରାଜ୍ୟରେ ୧୨ ନୁହେଁ ବରଂ ବ୍ରାହ୍ମଣ ଭୋଟରଙ୍କ ସଂଖ୍ୟା ୧୬ ପ୍ରତିଶତ ରହିଛି । ଏହି ୧୬ ପ୍ରତିଶତ ବ୍ରାହ୍ମଣ ଭୋଟ ମଧ୍ୟରୁ ବିଏସପି ହାତରେ ୧୪ ପ୍ରତିଶତ ଭୋଟ ରହିଛି ବୋଲି ସେ ଦାବି କରିଛନ୍ତି ।