କନକ ବ୍ୟୁରୋ: ଆସନ୍ତାକାଲି ବହୁଜନ ସମାଜ ପାର୍ଟି (ବିଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଭୁବନେଶ୍ୱର ଆସିବେ। ପୂର୍ବାହ୍ନ ୧୧ଟାରେ ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା ବିଏସପିର ସାଧାରଣ ନିର୍ବାଚନ ଜନସଭାକୁ ସେ ସମ୍ବୋଧନ କରିବେ। ଏହି ସଭାରୁ ହିଁ ବିଏସପି ସାରା ଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିବ ବୋଲି ବିଏସପିର ଓଡ଼ିଶା ସଭାପତି ଟଙ୍କଧର ବାଗ୍ ସୂଚନା ଦେଇଛନ୍ତି।

Advertisment

mayabatihttp://www.catchnews.com

ହୋଟେଲ ଆର୍ଯ୍ୟ ପ୍ୟାଲେସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସପିର ଓଡ଼ିଶା ପ୍ରଭାରୀ ଧର୍ମବୀର ସିଂହ ଅଶୋକ କହିଥିଲେ ଯେ, ଦେଶରେ ଦେଖା ଦେଇଥିବା ରାଜନୈତିକ ଅସ୍ଥିରତା ଦୂର କରିବା ପାଇଁ ମାୟାବତୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ଦରକାର। ତେଣୁ ବିଏସପି ଏଥର ବହୁ ରାଜ୍ୟରେ ପ୍ରାର୍ଥୀ ଦେଇଛି। ବିଏସପି ଓଡ଼ିଶାର ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ବି ପ୍ରାର୍ଥୀ ଦେବାକୁ ସ୍ଥିର କରିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସ୍ଥାନରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ମାୟାବତୀ ଘୋଷଣା କରିବେ ବୋଲି ସେ କହିଛନ୍ତି।