ଲୋକସଭା ନିର୍ବାଚନକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହି ରହିଥିବା ବେଳେ ବଲିଉଡରେ ବାୟୋପିକର ଧାରା ଜାରି ରହିଛି । ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶିବସେନାର ଦିବଂଗତ ନେତା ବାଲ୍ ଠାକରେଙ୍କ ପରେ ଏବେ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି ଚର୍ଚ୍ଚା ହେଉଛି ।
ସୂଚନା ମୁତାବକ, ଫିଲ୍ମର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏଲଏଲବି ଫିଲ୍ମର ନିର୍ଦ୍ଦେଶକ ସୁଭାଷ କପୁର ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବୋଲି ଜଣା ପଡ଼ିଛି । ଏହା ସହ ଫିଲ୍ମରେ ମାୟାବତୀଙ୍କ ଭୂମିକାରେ ଆସିବା ପାଇଁ ୭-୮ଅଭିନେତ୍ରୀଙ୍କୁ ନଜରରେ ରଖା ଯାଇଥିବା ବେଳେ ଅଭିନେତ୍ରୀ ବିଦ୍ୟା ବାଲାନ୍ ମାୟାବତୀଙ୍କ ଭୂମିକାରେ ନଜର ଆସି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ ନିର୍ଦ୍ଦେଶକ ସୁଭାଷ କପୁରଙ୍କୁ ପଚରାଯିବା ପରେ ସେ ଏହି ଖବରକୁ କେବଳ ଏକ ଗୁଜବ ବୋଲି କହି ସେଭଳି କୌଣସି ଫିଲ୍ମର ନିର୍ଦ୍ଦେଶନା ମୁଁ ଦେଉ ନାହିଁ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Mayawati_facebook_BSP_1.jpeg)
/kanak/media/post_attachments/wp-content/uploads/2019/03/x1080-SHE-300x169.jpg)