ଭଣଜା ଆକାଶ ଆନନ୍ଦଙ୍କୁ ପୁଣିଥରେ ଉତ୍ତରାଧିକାରୀ କଲେ ମାୟାବତୀ । ଖୁବଶୀଘ୍ର ସମ୍ଭାଳିବାକୁ ଯାଉଛନ୍ତି ଦଳର ମଙ୍ଗ

113

କନକ ବ୍ୟୁରୋ : ବିଏସପି ମୁଖ୍ୟ ମାୟାବତୀ ପୁଣିଥରେ ନିଜ ଭଣଜା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି । ଏହାସହ ତାଙ୍କୁ ଦ୍ୱିତୀୟଥର ପାଇଁ ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ପଦ ମିଳିଛି । କୁହାଯାଉଛି କି, ଖୁବଶୀଘ୍ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପଦ ସମ୍ଭାଳିବେ । ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ଦଳ ଭିତରେ ଏକ ବଡ ବୈଠକ ହୋଇଥିଲା । ଏହି ବୈଠକରେ ମାୟାବତୀଙ୍କ ସମେତ ଆକାଶ ଆନନ୍ଦ ଓ ତାଙ୍କ ଭାଇ ଆନନ୍ଦ ସାମିଲ ଥିଲେ । ଏହି ବୈଠକର ନିଷ୍ପତ୍ତି ମୁତାବକ ଆକାଶ ଆନନ୍ଦଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ କରାଯାଇଛି ।

ଏହି ବୈଠକରେ ହୋଇଥିବା ଅନ୍ୟ ନିଷ୍ପତ୍ତି ମୁତାବକ ବିଏସପି ଉତ୍ତର ପ୍ରଦେଶ ଓ ଝାଡଖଣ୍ଡରେ ହେବାକୁ ଥିବା ଉପ ନିର୍ବାଚନରେ ମଧ୍ୟ ଭାଗ ନେବ । ବୈଠକରେ ବିଏସପିର ବରିଷ୍ଠ ନେତା କହିଛନ୍ତି କି, ଏବେ କେନ୍ଦ୍ରରେ ଥିବା ଏନଡିଏ ସରକାର ସ୍ଥିର ନୁହେଁ । କେତେବେଳେ ବି ଦିଲ୍ଲୀରେ ଏନଡିଏ ସରକାର ଭାଙ୍ଗିଯାଇପାରେ ।