କନକ ବ୍ୟୁରୋ: ରିଲାଏନ୍ସ ଜିଓର ମୁକାବିଲା ପାଇଁ ବିଏସଏନଏଲ ଆଣିବାକୁ ଯାଉଛି ବଡ ପଦକ୍ଷେପ । ଆଗକୁ ବିଏସଏନଏଲ ସହ ଯୋଡି ହୋଇଥିବା ଗ୍ରାହକଙ୍କ ପାଇଁ ଆସୁଛି ବଡ ଖବର । ଅଧିକ କଥା ହୁଅ କ୍ୟାସ୍ ବ୍ୟାକ୍ ଅଫରରେ ପଇସା ପାଅ । ଏପରି ଏକ ଯୋଜନା କରିବାକୁ ଯାଉଛି ବିଏସଏନଏଲ । ୫ ମିନିଟରୁ ଅଧିକ କଥା ହେଲେ ଗ୍ରାହକଙ୍କୁ ମିଳିବ ପଇସା ।
୫ ମିନିଟରୁ ଅଧିକ କଥା ହେଲେ ଗ୍ରାହକଙ୍କ ଖାତାକୁ ଆସିଯିବ ୬ ପଇସା । କମ୍ପାନୀ ତାର କାରବାର ବଢାଇବାକୁ ଏଭଳି କ୍ୟାସବ୍ୟାକ୍ ଅଫର ଦେବାକୁ ଚିନ୍ତା କରୁଛି । ବିଏସଏନଏଲର ନିର୍ଦ୍ଦେଶକ ବିବେକ ବଂଞ୍ଜଲ ଏକ ବିବୃତି ଜାରି କରି ଏହି ସୂଚନା ଦେଇଛନ୍ତି । ଏହି ଯୋଜନା ଦେଶର ସମସ୍ତ ଲ୍ୟାଣ୍ଡଲାଇନ, ବ୍ରଣ୍ଡବ୍ୟାଣ୍ଡ ଉପଭୋକ୍ତା ପାଇପାରିବେ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/1-1.png)
/kanak/media/post_attachments/wp-content/uploads/2019/02/bsnl-300x166.jpg)