ବିଏସ୍‌ଏନ୍‌ଏଲ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । କଥା ହେଲେ ମିଳିବ କ୍ୟାସବ୍ୟାକ୍‌ ।

5,419

କନକ ବ୍ୟୁରୋ : ବିଏସ୍‌ଏନ୍‌ଏଲ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର । କମ୍ପାନି ନିଜର ବିଏସ୍‌ଏନ୍‌ଏଲ୍‌ ‘୫ ପେ ୬’ ଅଫରର ଉପଲବ୍ଧତା ବୃଦ୍ଧି କରିଛି । ବର୍ତ୍ତମାନ ଏହି ଅଫରର ଲାଭ ଗ୍ରାହକ ଜୁନ୍‌ ୩୦ ପର୍ଯ୍ୟନ୍ତ ଉଠାଇ ପାରିବେ । ବିଏସ୍‌ଏନ୍‌ଏଲ୍‌ର ଏହି ଅଫର୍‌ରେ ଉପଭୋକ୍ତାମାନଙ୍କୁ ୫ ମିନିଟର କଲ୍‌ ବଦଳରେ ୬ ପଇସା କ୍ୟାସବ୍ୟାକ୍‌ ମିଳିଥାଏ । ଏହି କଲ୍‌ ମୋବାଇଲ୍‌ ଏବଂ ଲ୍ୟାଣ୍ଡଲାଇନରୁ ମଧ୍ୟ କରାଯାଇପାରିବ । ଉପଭୋକ୍ତାମାନେ ଏହି ଅଫରରୁ ମାସକୁ ୫୦ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ ।

ଚଳିତ ମାସ ଆରମ୍ଭରେ ଏହି ଅଫରର ବୃଦ୍ଧି ହୋଇଥିବା କମ୍ପାନି ପକ୍ଷରୁ ସୂଚନା ମିଳିଥିଲା । ଏହି ଅଫର ମଇ ୩୦ରେ ସମାପ୍ତ ହୋଇଯିବାର ଥିଲା । କିନ୍ତୁ କମ୍ପାନି ଲକ୍‌ଡାଉନ୍‌କୁ ଧ୍ୟାନରେ ରଖି ଏହି ଅଫରର ଅବଧିକୁ ବୃଦ୍ଧି କରିଥିଲା । ଏହାପୂର୍ବରୁ କମ୍ପାନି ଏହି ଅଫରକୁ ଡିସେମ୍ବର ୨୦୧୯ରେ ଶେଷ କରିଥାଆନ୍ତା, କିନ୍ତୁ ଏହାକୁ ୬ ପର୍ଯ୍ୟନ୍ତ ମାସ ବୃଦ୍ଧି କରିଥିଲା ।

ଏହି ଅଫର ଅନୁଯାୟୀ, ୫ମିନିଟର କଲ୍‌ ବଦଳରେ ଉପଭୋକ୍ତାଙ୍କୁ ୬ ପଇସା କ୍ୟାସବ୍ୟାକ୍‌ ମିଳିବ । କିନ୍ତୁ ଏହାର କିଛି ସର୍ତ୍ତ ମଧ୍ୟ ଅଛି । ୬ ପଇସା କ୍ୟାସବ୍ୟାକ୍‌ ଅଫର ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ୬ ପଇସା କ୍ୟାସବ୍ୟାକ୍‌ ଆକାରରେ ମାସକୁ ସର୍ବାଧିକ ୫୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।