ନିରାସ କରୁଛି ବିଏସଏନଏଲ୍! ଟାୱାର ଅଛି ହେଲେ ମିଳୁନି ନେଟୱର୍କ ଲିଙ୍କ୍, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ।

192

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଆସୁନି ବିଏସଏନଏଲ ନେଟୱାର୍କ । ଫଳରେ ହାତରେ ମୋବାଇଲେ ଅଛି ହେଲେ କାମରେ ଆସୁନି । ସହରରେ ସେବା ଯୋଗାଇବା ଉଦେଶ୍ୟରେ ଟାୱାର ଠିଆ ହୋଇଛି, ହେଲେ କୌଣସି କାର୍ଯ୍ୟରେ ଲାଗୁନି । କେଉଁଠି ବିଏସଏନଏଲ କେବୁଲ ଛିଡ଼ି ଯାଇଛି, ତ କେଉଁଠି ତାର ବିଲକୁଲ୍ ଟଣା ହାଇନାହିଁ । ତାର ବଣ୍ଡଲ ସେମିତି ପଡ଼ିରହିଛି । ଏପରି ସ୍ଥିତିରେ ଲୋକଙ୍କୁ କିଭଳି ସେବା ମିଳୁଥିବ ଆପଣମାନେ ନିଜେ ଜାଣି ପାରୁଥିବେ । ଅନ୍ୟ ଘରୋଇ କମ୍ପାନୀର ନେଟୱର୍କ ଫୋର ଜିବି, ସିକ୍ସ ଜିବିର ସୁବିଧା ଦେଉଥିବା ବେଳେ ସରକାରଙ୍କ ବିଏସଏନଏଲର ୩ଜିବି ମଧ୍ୟ କାମ କରୁନି ।

ସରକାର ଡିଜିଟାଲ ଇଣ୍ଡିଆର କଥା କହୁଛନ୍ତି । ସବୁ ସରକାରୀ ଓ ବେସରକାରୀ କାମକୁ ଅନଲାଇନ୍ କରୁଛନ୍ତି । ହେଲେ କୁଚିଣ୍ଡାରେ ବିଏସଏନଏଲ ନେଟୱର୍କ ନଥିବାରୁ ବ୍ୟାଙ୍କରେ ଲିଙ୍କ ରହୁନି । ଫଳରେ ଗ୍ରାହକଙ୍କୁ ନିରାସ ହୋଇ ଫେରିବାକୁ ପଡୁଛି । କୁଚିଣ୍ଡାରେ ଅନ୍ୟ କୌଣସି ନେଟୱର୍କ କାମ କରୁନଥିବାରୁ ଲୋକେ ବିଏସଏନଲ ଉପରେ ନିର୍ଭର କରନ୍ତି । ହେଲେ ବିଏସଏନଲ ବି ଅନେକ ସମୟରେ ନିରାସ କରୁଛି ।

ସେପଟେ ଏ ସମସ୍ୟାକୁ ସ୍ୱୀକାର କରିଛନ୍ତି ବିଏସଏନଏଲର ଜେଟିଓ । ସମ୍ବଲପୁରରୁ ଦେବଗଡ ରାସ୍ତା ନିର୍ମାଣରେ କେବୁଲ କଟିଯାଇଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ସେ ପ୍ରକାଶ କରିଛନ୍ତି । ସର୍ବପୁରାତନ ସଂସ୍ଥା ବିଏସଏନଏଲ କୁଚିଣ୍ଡାରେ ଅନ୍ୟ ସଂସ୍ଥା ଭଳି ତାର ସେବା ଓ ସୁବିଧା ଯୋଗାଇ ଦେଲେ ଲୋକଙ୍କ ଦୈନଦିନ କାମ ସୁରଖୁରରେ ହୋଇପାରନ୍ତା ।