କନକ ବ୍ୟୁରୋ : ସେପ୍ଟେମ୍ବର ୧୦ ତାରିଖ ପରେ ଲାଗୁହେଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ସେ ଯାଏଁ ଜାରି ରହିବ ବିଏସକେୱାଇ ।  ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି । ବଜେଟ ଆପ୍ରୋପ୍ରିଏସନ ବିଲ ପାସ୍ ହେଲା ପରେ ନୂଆ କାର୍ଡର ପ୍ରକ୍ରୀୟା ଆରମ୍ଭ ହେବ। ଏହାସହ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ ।

ବିଏସକେୱାଇ କାର୍ଡ ଏଯାଏଁ ଚାଲୁ ରହିଛି । ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ । ପରବର୍ତ୍ତୀ ସମୟରେ ଯୋଜନା ଆଣିଲେ ତାହା ଲାଗୁହେବ, ଏବେ ବିଏସକେୱାଇ  ଯେମିତି ଚାଲିବା କଥା ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।