ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ହେବ, ଆୟୁଷ୍ମାନ ଯୋଜନା ଲାଗୁ ହେବ । ଖୁବ ଶୀଘ୍ର ହେବ ‘ମୁଖ୍ୟମନ୍ତ୍ରୀ’ ନିଷ୍ପତ୍ତି: ମନମୋହନ ସାମଲ

3,432

କନକ ବ୍ୟୁରୋ: ଓଡିଶାରେ ବିଏସକେୱାଇ ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ଚୟନକୁ ନେଇ ବଡ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ‘ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆସନ୍ତା ୧୦ରେ ହିଁ ଓଡିଶାରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ହେଲେ କିଏ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବେ ତାହା ଦଳର ପାର୍ଲିଆମେଣ୍ଟାରୀ ପାର୍ଟି ନିଷ୍ପତ୍ତି ନେବେ । ଦିନେ ଦୁଇ ଦିନ ଭିତରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ହେବ’ ।

ଏହାସହ ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ଯୋଜନା , ଲାଗୁ ହେବ କେନ୍ଦ୍ରର ଆୟୁଷ୍ମାନ ଯୋଜନା । ଏନେଇ ସୂଚନା ଦେଇଛନ୍ତି ମନମୋହନ ସାମଲ । ବିଜେପି ସରକାର ଶପଥ ଗ୍ରହଣ କରିବା ପରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ବିଏସକେୱାଇ ଯୋଜନାରେ ଲୋକଙ୍କ ପାଇଁ ଅଳ୍ପ ସୁବିଧା ସୁଯୋଗ ଥିଲା ହେଲେ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ମନମୋହନ । ଏହାସହ ରତ୍ନ ଭଣ୍ଡାର ଖୋଲାଯିବ । ଅନଧ୍ୟାନ ହୋଇ ରିପୋର୍ଟ ସାର୍ବଜନୀନ ହେବ ବୋଲି କହିଛନ୍ତି ମନମୋହନ ।