କନକ ବ୍ୟୁରୋ : ତ୍ରିଶା ହସ୍ପିଟାଲକୁ ବିଏସକେୱାଇରୁ ବାଦ ଦେଇଛନ୍ତି ରାଜ୍ୟ ସରକାର । ମେଡିକାଲରେ ନିଆଁ ଲାଗି ଜଣେ ଶିଶୁର ମୃତ୍ୟୁ ହେବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅଗ୍ନି ନିରାପତ୍ତା ନିୟମ ମାନି ନଥିବା ଦର୍ଶାଇ ରାଜ୍ୟ ସରକାର ତ୍ରିଶା ହସ୍ପିଟାଲକୁ ବିଏସକେୱାଇରୁ ବାଦ ଦେଇଛନ୍ତି । ସେପଟେ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗର ତଦନ୍ତ ସରିନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ସ୍ୱାସ୍ଥ୍ୟ ଅନୁଷ୍ଠାନର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ସରକାର ପଦକ୍ଷେପ ନେଇଛନ୍ତି । ମିଳିତ ଟାସ୍କଫୋର୍ସ ଗଠନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ, ଗୃହ ବିଭାଗ, ବିଦ୍ୟୁତ୍ ନିରୀକ୍ଷକଙ୍କୁ ନେଇ ଟାସ୍କଫୋର୍ସ ଗଠନ ହେବ । ଟାସ୍କଫୋର୍ସ ଅଗ୍ନି ନିରାପତ୍ତା ଦେଖିବ ।