ବିଏସକେୱାଇ ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ । ସେବାରେ ବ୍ୟାଘାତ ହେଲେ ୧୦୪ରେ କଲ୍ କରିବାକୁ ପରାମର୍ଶ

717

କନକ ବ୍ୟୁରୋ : ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ଭିତରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବିଏସକେୱାଇ ଯୋଜନା ଚାଲୁ ରହିଥିବା ସେ ସ୍ପଷ୍ଟ କରିଛନ୍ତି । ସମସ୍ତ ହସ୍ପିଟାଲରେ ବିଏସକେୱାଇ କାର୍ଡରେ ଚିକିତ୍ସା କରାଯାଉଛି । କୌଣସି ଡାକ୍ତରଖାନା ରୋଗୀଙ୍କୁ ଚିକିତ୍ସା କରିବାରେ ଅବହେଳା କରିପାରିବେ ନାହିଁ । ଚିକିତ୍ସାରେ ଅବହେଳା କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରୋଗୀଙ୍କୁ ଡିସଚାର୍ଜ ବି କରିପାରିବେ ନାହିଁ । ନୂଆ ସରକାର କୌଣସି ନିଷ୍ପତି ନେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଏହା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । କୌଣସି ଅସୁବିଧା ହେଲେ ୧୦୪ ନମ୍ବରରେ କଲ୍ କରିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସ୍ପଷ୍ଟୀକରଣ ରଖିଥିଲେ । ବିଏସକେୱାଇ ଯୋଜନା ଜାରି ରହିଥିବା ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଥିଲେ ।