ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ସଚିବ କହିଲେ ଜାରି ରହିଛି ଯୋଜନା । ବଳବତର ଅଛି ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାରଙ୍କ ଏମଓୟୁ

2,786

କନକ ବ୍ୟୁରୋ : ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ କହିଛନ୍ତି ବିଏସକେୱାଇ ଯୋଜନା ଜାରି ରହିଛି । ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତର ରହିଛି । ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ବିଜେପି ସରକାର ଆସିବା ପରେ ସାମଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ ଘରୋଇ ହସ୍ପିଟାଲରେ ବିଏସକେୱାଇରେ ଚିକିତ୍ସା ଅର୍ଥ ଆଉ ପାଇବେ ନାହିଁ । ତେଣୁ ସେମାନେ ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତି କରିବାକୁ ଅମଙ୍ଗ ହେଉଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁଜବ ବୋଲି କହିଛି ।

ଗତକାଲି ବିଜେପି ରାଜ୍ୟ ସଭାପତିଙ୍କ ବୟାନ ଏଭଳି ଦ୍ୱନ୍ଦ୍ୱକୁ ବଢାଇଦେଇଥିଲା । ପରେ ଏନେଇ ମନମୋହନ ସ୍ପଷ୍ଟୀକରଣ ରଖିଥିଲେ । କହିଥିଲେ , ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସବୁ ସରକାରର ପ୍ରାଥମିକତା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଚିକିତ୍ସା ସେବାରୁ ବଂଚିତ କରିବା ସାମାଜିକ ଅପରାଧ । ଏପରିକି ବିଜେପି ପ୍ରେସ ରିଲିଜ୍ ଜାରି କରି କହିଛି ‘ବିଏସକେୱାଇ’ କାର୍ଡ ବନ୍ଦ ହୋଇନଥିବା କହଥିଲା । ତେବେ ମନମୋହନ କହିଛନ୍ତି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ସହ ବାହାରେ ଥିବା ଦେଢ଼ କୋଟି ଓଡ଼ିଆଙ୍କ ପାଇଁ ମଧ୍ୟ ଏହି ଯୋଜନା ଲାଗୁ ହେବ । ବିଏସକେୱାଇରେ ସୀମିତ ସୁବିଧା ରହିଛି, ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଓଡିଶାବାସୀଙ୍କୁ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସାର ସୁବିଧା ମିଳିବ ।