କନକ ବ୍ୟୁରୋ : ନକ୍ସଲଙ୍କ ସହିଦ ସପ୍ତାହ ପୂର୍ବରୁ ଯବାନଙ୍କୁ ମିଳିଛି ବଡ ସଫଳତା । କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ଯବାନ । ଯବାନଙ୍କୁ ଟାର୍ଗେଟ କରି ଅଘଟଣ ଘଟାଇବାକୁ ମାଓବାଦୀ ଲୁଚେଇଥିବା ବିସ୍ଫୋରକ ଜବତ ହୋଇଛି ।

Advertisment

କମ୍ବିଂ ଅପରେସନ କରିବା ବେଳେ ଜଙ୍ଗଲରୁ ୧୪୨ ବାଟାଲିୟନର ସୀମା ସୁରକ୍ଷା ଯବାନ ବିପୁଳ ବିସ୍ଫୋରକ ଜବତ କରିଛନ୍ତି । ଗମ୍ଫାକୋଣ୍ଡା ଜଙ୍ଗଲରୁ ୨୦ଟି ହ୍ୟାଣ୍ଡ ଗ୍ରେନେଡ, ୨୫ଟି ଡିଟୋନେଟର, ୧୦୫ଟି ଜିଲୋଟିନ ଷ୍ଟିକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି । ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ପାଳନ କରିବାକୁ ଯାଉଛନ୍ତି । ସହିଦ ସପ୍ତାହ ପୂର୍ବରୁ ବିପୁଳ ବିସ୍ଫୋରକ ମିଳିବା ନିଶ୍ଚିତ ପକ୍ଷେ ବଡ ସଫଳତା ବୋଲି କୁହାଯାଉଛି ।