ଡ୍ରୋନରେ ହେରୋଇନ ଚାଲାଣ । ଗୁଳି କରି ଡ୍ରୋନ ଖସାଇଲା ବିଏସଏଫ । ବିପୁଳ ପରିମାଣର ହେରୋଇନ ଜବତ ।

Advertisment
ଡ୍ରୋନରେ ହେରୋଇନ ଚାଲାଣ । ଗୁଳି କରି ଡ୍ରୋନ ଖସାଇଲା ବିଏସଏଫ । ବିପୁଳ ପରିମାଣର ହେରୋଇନ ଜବତ ।

କନକ ବ୍ୟୁରୋ: ସୀମା ସୁରକ୍ଷା ବାହିନୀ (ବିଏସଏଫ) ପାକିସ୍କାନର ଡ୍ରୋନ ଖସାଇଛି । ଡ୍ରୋନରେ ଥିବା ବ୍ୟାଗରୁ ବିପୁଳ ପରିମାଣର ହେରୋଇନ ଜବତ ହୋଇଛି । ସୂଚନା ଅନଯାୟୀ, ପଞ୍ଜାବର ଅମୃତସରରେ ହେରୋଇନ ନେଇ ଯାଉଥିବା ପାକିସ୍ତାନର ଡ୍ରୋନକୁ ଗୁଳିରେ ନଷ୍ଟ କରାଯାଇଛି । ବିଏସଏଫ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ଯେ, ଡ୍ରୋନ ଜରିଆରେ ହେରୋଇନ ଚାଲାଣ ହେଉଥିବା । ପାକିସ୍ତାନ ପଟୁ ଚୋରାରେ ଏହି ହେରୋଇନର ଚୋରାଚାଲାଣ କରାଯାଉଥିଲା । ଏହି ସମୟରେ ଯବାନ ଏହାକୁ ଗୁଳି କରି ଖସାଇ ଦେଇଛନ୍ତି ।

ବିଏସଏଫର ପଞ୍ଜାବ ଫ୍ରଣ୍ଟିୟର ପକ୍ଷରୁ ଟୁଇଟରେ ସୂଚନା ଦିଆଯାଇଛି ଯେ, ବିଏସଏଫର ଫ୍ରଣ୍ଟିୟରର ଯବାନ ପାକିସ୍ତାନର ଡ୍ରୋନ ଜରିଆରେ ହେଉଥିବା ତସ୍କରିକୁ ନିସ୍ଫଳ କରିଛନ୍ତି । ପାକିସ୍ତାନ ପଟରୁ ଆସୁଥିବା ଏହି ଡ୍ରୋନକୁ ଗୁଳି କରି ଖସାଇଦିଆଯାଇଛି । ଡ୍ରୋନରେ ଥିବା ଗୋଟିଏ ବ୍ୟାଗ ଭର୍ତ୍ତି ହେରୋଇନ ଜବତ କରାଯାଇଛି । ଏଥିର ପ୍ରାୟ ୧୦ କିଲୋ ୬୭୦ ଗ୍ରାମର ହେରୋଇନ ରହିଥିଲା ।

କିଛି ଦିନ ପୂର୍ବରୁ ଜମ୍ମୁ-କାଶ୍ମୀର ସୀମାରେ ଥିବା ସାମ୍ବା ବର୍ଡରୁ ବିଏସଏଫ ସନ୍ଦିଗ୍ଧ ସୁଡଙ୍ଗ ଠାବ କରିଥିଲା । ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ଫକିରା ସୀମାରେ ଏହି ସୁଢଙ୍ଗର ଖବର ମିଳିଥିଲା । ସେତେବେଳେ ସେହି ସୁଡଙ୍ଗର କିଛି ଫଟୋ ଜମ୍ମୁ ବିଏସଏଫର ଉପ ମହାନିର୍ଦ୍ଦେଶକ ଏସପି ଏସ ସଙ୍ଘୁ ସେୟାର କରିବା ସହ ଟୁଇଟ କରି ସୂଚନା ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe